ସୂର୍ଯ୍ୟବଂଶୀ ସୂରଜଙ୍କ ଘର ଆଗରେ ଆରଆଇ ଆଶାୟୀଙ୍କ ଭିଡ଼
ଭୁବନେଶ୍ୱର: ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଘର ଆଗରେ ଭିଡ଼ ଦେଖିବାକୁ ମିଳିଛି । ଚାକିରି ଆଶାୟୀମାନେ ଏହି ଭିଡ଼ ଜମାଇଛନ୍ତି । ପରୀକ୍ଷାରେ ଅନିୟମିତତା ଅଭିଯୋଗ ଆଣି ଆରଆଇ ଆଶାୟୀମାନେ ଏହି ଭିଡ଼ କରିଛନ୍ତି । ଏହି ଅବସରରେ ଆଶାୟୀମାନେ ଅନଲାଇନ ବଦଳରେ ଅଫଲାଇନରେ ପରୀକ୍ଷା କରାଇବାକୁ ଦାବି କରିଛନ୍ତି ।
ଅନ୍ୟପକ୍ଷରେ କଟକରେ ଅନଲାଇନରେ ପରୀକ୍ଷାକୁ ବିରୋଧ କରି ଏକ ବିଶାଳ ରାଲିର ଆୟୋଜନ କରାଯାଇଛି । ନେତାଜୀ ବସ ଟର୍ମିନାଲରୁ ବାହାରିଥିବା ଏହି ରାଲି ଜିଲ୍ଲାପାଳଙ୍କ ଅଫିସ ଅଭିମୁଖେ ଯାଉଛି । ଆରଆଇ ଓ ଅମିନ ପରୀକ୍ଷାରେ ଅନିୟମିତତା ଅଭିଯୋଗକୁ ନେଇ ଏହି ରାଲି କରାଯାଉଛି । ପରୀକ୍ଷା ବାତିଲ ଦାବିରେ ରାଜରାସ୍ତାକୁ ଶହ ଶହ ଛାତ୍ରଛାତ୍ରୀ ତଥା ଆଶାୟୀ ଓହ୍ଲାଇଛନ୍ତି ।
Powered by Froala Editor