ସୁପ୍ରିମକୋର୍ଟଙ୍କ ବଡ ରାୟ : ଅତୁଲଙ୍କ ପାଇଁ ଖୋଲିଲା ଆଇଆଇଟି ଦ୍ୱାର, ମିଳିବ ଆଡମିଶନ
ଆଇଆଇଟି ଧାନବାଦରେ ନାଁ ଲେଖାଇବା ସୁଯୋଗ ହରାଇଥିବା ଦଳିତ ଛାତ୍ର ଅତୁଲ କୁମାରଙ୍କ କ୍ଷେତ୍ରରେ ସର୍ବୋଚ୍ଚ ନ୍ୟାୟାଳୟ ବଡ଼ ଆଦେଶ ଜାରି କରିଛନ୍ତି । ଏବେ ସୁପ୍ରିମକୋର୍ଟ ଅତୁଲଙ୍କୁ ଆଡମିସନର ସୁଯୋଗ ଦେବାକୁ ଆଇଆଇଟି ଧାନବାଦକୁ ନିର୍ଦ୍ଦେଶ ଦେଇଛନ୍ତି।
୧୮ ବର୍ଷୀୟ ଅତୁଲ କୁମାର ଆଇଆଇଟି ଧାନବାଦରେ ନାଁ ଲେଖାଇବା ପରୀକ୍ଷାରେ ଯୋଗ୍ୟତା ଅର୍ଜନ କରିଥିଲେ। ହେଲେ ନାଁ ଲେଖାଇବା ପାଇଁ ଧାର୍ଯ୍ୟ ସମୟ ଅନୁସାରେ ସେ ୧୭ ହଜାର ୫୦୦ ଟଙ୍କା ପାଇଁ ଟଙ୍କା ଜମା କରିପାରିନଥିଲେ। ସେଥିପାଇଁ ତାଙ୍କୁ ନାଁ ଲେଖାଇବାକୁ ଅନୁମତି ମିଳି ନଥିଲା। ଏହା ବିରୋଧରେ ଅତୁଲ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଶେଷରେ ସୁପ୍ରିମକୋର୍ଟଙ୍କ ରାୟ ଏବେ ଅତୁଲଙ୍କ ସପକ୍ଷରେ ଯାଇଛି। କୋର୍ଟ କହିଛନ୍ତି, ଅର୍ଥ ଅଭାବରୁ ନଷ୍ଟ ନହେଉ ଯୁବ ପ୍ରତିଭାଙ୍କ ଉଜ୍ଜଳ ଭବିଷ୍ୟତ। ଅତୁଲଙ୍କୁ ତୁରନ୍ତ ଆଇଆଇଟି ଧାନବାଦରେ ଆଡମିସନ୍ ଦିଆଯାଉ।’
ମୁଖ୍ୟ ନ୍ୟାୟଧୀଶ ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପାରଦୀୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଭଳି ରାୟ ଶୁଣାଇଛନ୍ତି । ଆଡମିସନ୍ ପାଇଁ ଅତୁଲଙ୍କ ପ୍ରୟାସ ଏବଂ ଜିଦ୍ କୁ ଖୁବ ପ୍ରଶଂସା କରିଛନ୍ତି ଏହି ଖଣ୍ଡପୀଠ । ବିଚାରପତି ଆଇଆଇଟି ଧନବାଦକୁ ଏହି ନିର୍ଦ୍ଦେଶ ପାଳନ କରିବାକୁ କୁହାଯାଇଛି । ଆଇଆଇଟି ଧନବାଦରେ ପ୍ରବେଶ କରିବା ପାଇଁ ଅତୁଲ କୁମାରଙ୍କ ୁଦ୍ୟମ ବର୍ତ୍ତମାନ ଉଦାହରଣ ହୋଇ ଠିଆ ହୋଇଛି ।
ଉତ୍ତର ପ୍ରଦେଶର ମୁଜଫରନଗର ଜିଲ୍ଲାରେ ରହୁଥିବା ଅତୁଲ ଗରିବ ପରିବାରୁ ଆସନ୍ତି। ତାଙ୍କ ବାପା ଜଣେ ଦିନ ମଜୁରିଆ। ହେଲେ ଅତୁଲ ଜଣେ ମେଧାବି ଛାତ୍ର ହୋଇଥିବାରୁ ଜେଇଇ ପରୀକ୍ଷା ପାସ୍ କରିଥିଲେ। ଆଇଆଇଟି ଧାନବାଦରେ ଇଲୋକ୍ଟେ୍ରାନିକ୍ସ ଇଞ୍ଜିନିୟରିଂ ବିଭାଗରେ ସିଟ୍ ପାଇଥିଲେ। କିନ୍ତୁ ୨୪ ଜୁନ୍ ପର୍ଯ୍ୟନ୍ତ ଫି’ ଜମା କରିପାରିନଥିାବରୁ ତାଙ୍କୁ ହରାଇବାକୁ ପଡିଥିଲା ସିଟ୍।
Powered by Froala Editor