'yeah' ଶବ୍ଦ ଶୁଣି ଓକିଲଙ୍କ ଉପରେ ରାଗିଗଲେ ସିଜେଆଇ
ସୋମବାର ସୁପ୍ରିମକୋର୍ଟରେ ସିଜେଆଇ ଚନ୍ଦ୍ରଚୂଡଙ୍କ ବେଞ୍ଚ କୋର୍ଟରେ ବସିବା ମାତ୍ରେ ପିଟିସନର ଶୁଣାଣି ହୋଇଥିଲା। ଏହି ସମୟ ମଧ୍ୟରେ ଏକ ଆବେଦନ ଆସିଥିଲା ଏବଂ ସେହି ଆବେଦନକାରୀଙ୍କ ଓକିଲ ଅନୌପଚାରିକ ସ୍ବରରେ ପ୍ରଶ୍ନ ଉଠାଇଥିଲେ। ଏହି ସମୟରେ ଓକିଲ 'yeah' ଶବ୍ଦ ବ୍ୟବହାର କରିଥିଲେ। ଏହାକୁ ନେଇ ରାଗି ଯାଇଥିଲେ ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ୱାଇ ଚନ୍ଦ୍ରଚୂଡ୍। ତାଙ୍କୁ ତାଗିଦ କରିବା ସହ ଏହା କୌଣସି କଫି ସପ୍ ନୁହେଁ, ଏହା ହେଉଛି କୋର୍ଟ ବୋଲି କହିଥିଲେ।
କୋର୍ଟ ଚାଲୁଥିବାବେଳେ ସିଜେଆଇ ଚନ୍ଦ୍ରଚୂଡ କହିଛନ୍ତି , 'yeah' … କୁହ ନାହିଁ, ହଁ କୁହନ୍ତୁ। ଏହାକୁ ବରଦାସ୍ତ କରାଯାଇପାରିବ ନାହିଁ।” ନ୍ୟାୟିକ ପ୍ରକ୍ରିୟାରେ ଆନୁଷ୍ଠାନିକ ଭାଷାର ଆବଶ୍ୟକତା ଉପରେ ଆଲୋକପାତ କରି ସିଜେଆଇ ଏହା ଉପରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ। ଚନ୍ଦ୍ରଚୂଡଙ୍କ ଏହି ମନ୍ତବ୍ୟ ପରେ ଆବେଦନକାରୀ ମରାଠୀରେ କହିବା ଆରମ୍ଭ କରିଥିଲେ।
Powered by Froala Editor