ଜାମ୍ମୁକାଶ୍ମୀର ଏନକାଉଣ୍ଟର : ଜଣେ ଯବାନ ଶହୀଦ, ଦୁଇ ଆତଙ୍କୀ ନିହତ
ଜାମ୍ମୁକାଶ୍ମୀର ଏନକାଉଣ୍ଟରରେ ଜଣେ ଯବାନ ଶହୀଦ ହୋଇଯାଇଥିବା ବେଳେ ଦୁଇଜଣ ଆତଙ୍କୀ ନିହତ ହୋଇଛନ୍ତି । ଜମ୍ମୁ-କଶ୍ମୀର କଠୁଆରେ ଶନିବାର ଘର ଭିତରେ କିଛି ଆତଙ୍କବାଦୀମାନେ ଲୁଚି ରହିଥିବା ନେଇ ସୂଚନା ମିଳିଥିଲା। ଏହାପରେ ପୁଲିସ ଓ ସେନା ପକ୍ଷରୁ ମିଳିତ ଅପରେସନ୍ ଆରମ୍ଭ ହୋଇଥିଲା। ଏହି ସମୟରେ କଠୁଆ ଜିଲ୍ଲାର କୋଗ-ମଣ୍ଡଳି ଗାଁରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ ସୁରକ୍ଷାକର୍ମୀ।
ସେନା ଗୁଳିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ସେହିପରି ଅତଙ୍କବାଦୀଙ୍କ ସହ ମୁକାବିଲା ବେଳେ ଜଣେ ହେଡ୍ କନଷ୍ଟେବଳ ସହିଦ ହୋଇଛନ୍ତି। ଅନ୍ୟପଟେ 4ଜଣ ଯବାନଙ୍କ ସହିତ ଜଣେ ପୁଲିସ ଅଧିକାରୀ ମଧ୍ୟ ଆହତ ହୋଇଛନ୍ତି । ତେବେ ସମସ୍ତ ଆହତ ଯବାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୁରକ୍ଷାକର୍ମୀମାନେ ଉକ୍ତ ଅଞ୍ଚଳରେ ଘେରାବନ୍ଦୀ କରି ସର୍ଚ୍ଚସ ଅପରେସନ ଆରମ୍ଭ କରିଛନ୍ତି ।
ଏହାପୂର୍ବରୁ 15 ସେପ୍ଟେମ୍ବର 2024 ରେ ପୁଞ୍ଚ ଜିଲ୍ଲାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ସେପ୍ଟେମ୍ବର 14 ରେ ବାରମୁଳା ଜିଲ୍ଲାରେ ସୁରକ୍ଷା ବାହିନୀ ସହିତ ହୋଇଥିବା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲେ।
Powered by Froala Editor