ଯାଜପୁର ଜିଲ୍ଲାକୁ ବିକାଶ ନାଁରେ ବିନାଶ କରିଛନ୍ତି ୩ ପରିବାର - ମୁଖ୍ୟମନ୍ତ୍ରୀ
ଯାଜପୁର ଜିଲ୍ଲା ବଡ଼ଚଣାରେ ଆୟୋଜିତ ବିଜେପିର ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ବିଜେଡିକୁ ଟାର୍ଗେଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ | ସେ କହିଛନ୍ତି, ଯାଜପୁର ଜିଲ୍ଲାରେ ବିକାଶ ନାଆଁରେ ବିନାଶ କରିଛି ବିଜେଡି। ଗୋଟିଏ ନୁହେଁ, ୩ ପରିବାର ଯାଜପୁର ଜିଲ୍ଲାକୁ ବିକାଶ ନାଁରେ ବିନାଶ କରିଛନ୍ତି। ସେମାନେ ଯାଜପୁରକୁ ଲୁଟିଛନ୍ତି। ସେମାନେ ନିଜକୁ ନବୀନଙ୍କ କ୍ରୀତଦାସ ବୋଲି କହୁଥିଲେ। କାହାକୁ ନ୍ୟାୟ ଦେଇନାହାନ୍ତି ଯାଜପୁର ଶିଳ୍ପସମୃଦ୍ଧ ଜିଲ୍ଲା ଓ ଖଣିଖାଦାନରେ ଭରପୁର ହୋଇ ବି ଏଠି ଯେତିକି ଉନ୍ନତି ହେବା କଥା ହୋଇନାହିଁ।
ସେ କହିଛନ୍ତି ଯେ ଯାଜପୁରର ନଗଡ଼ା ଅପପୁଷ୍ଟି କଥା କେବଳ ରାଜ୍ୟ ନୁହେଁ ସାରାଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲା । ଖାଇବାକୁ ନପାଇ ପ୍ରାୟ ୧୫ ଜଣ ଶିଶୁଙ୍କ ଜୀବନ ଯାଇଥିଲା । ଯାଜପୁରର ଗୁରୁବାରୀ ମାଉସୀ ଚାକୁଣ୍ଡା ପତ୍ର ଭାଜି ଖାଇଥିଲେ । ୨୪ ବର୍ଷରେ କି ବିକାଶ ହୋଇଛି? ଆହୁରି ସମୟ ମାଗୁଛନ୍ତି । ଦୀର୍ଘ ୨୪ ବର୍ଷ ଶାସନରେ ବିଜେଡି ବିକାଶ ନାମରେ ବିନାଶ କରିଛି । ଏଭଳି କହି ବିଜେଡିକୁ ଟାର୍ଗେଟ କରିବା ସହ ବିଜେପିକୁ ଓଡ଼ିଶାରେ ଏକ ନମ୍ବର କରିବାକୁ ମୁଖ୍ୟମନ୍ତ୍ରୀ ଯାଜପୁରବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।
ଯାଜପୁର ଜିଲ୍ଲା ଧର୍ମଶାଳା ପିଇଓ ସ୍ମିତାରାଣୀ ମୃତୁ୍ୟ ମାମଲାର ତଦନ୍ତ କରାଯିବ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ମାମଲାର ତଦନ୍ତ କରାଯିବା ସହ ଯିଏ ବି ଦୋଷୀ ଥିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେମାନଙ୍କୁ ଜେଲ ପଠାଯିବ । ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀଙ୍କୁ ଜେଲ ପଠାଇବୁ ।
Powered by Froala Editor