ମନ୍ କି ବାତ୍ ରେ ଓଡ଼ିଆ ଯୁବକ ରାମଜିତ ଟୁଡୁଙ୍କ ବିଷୟରେ କହିଲେ ପ୍ରଧାନମନ୍ତ୍ରୀ
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୧୪ତମ ମନ୍ କି ବାତ୍ କାର୍ଯ୍ୟକ୍ରମ ପ୍ରସାରଣ ହେଇଥିଲା । ଏହି ପ୍ରସାରଣରେ ଦେଶବାସୀଙ୍କୁ ରେଡିଓ ମାଧ୍ୟମରେ ନିଜ ମନର କଥା କହିଛନ୍ତି ପ୍ରଧାନମନ୍ତ୍ରୀ । ସ୍ଵଚ୍ଛ ଭାରତ ମିଶନ ସଫଳତାକୁ ନେଇ ଆଜି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।
ଅନ୍ୟପଟେ ମାତୃଭାଷାକୁ ନେଇ ମୟୁରଭଞ୍ଜ ଜିଲ୍ଲାର ଉଦାହରଣ ଦେଇଛନ୍ତି। ମାତୃଭାଷାକୁ ନେଇ ମୟୂରଭଞ୍ଜ ଜିଲ୍ଲାର ଉଦାହରଣ ଦେଇଛନ୍ତି । ସାନ୍ତାଳି ଭାଷା ପାଇଁ ମୟୂରଭଞ୍ଜ ଯୁବକଙ୍କ ଅବଦାନ କଥା କହିଛନ୍ତି । ନିଜ ମାତୃଭାଷା ପାଇଁ ରାମଜିତ ଟୁଡୁ ଗୌରବ ଆଣିଛନ୍ତି । ରାମଜିତ ସାନ୍ତାଳି ଭାଷାକୁ ଡିଜିଟାଲାଇଜେସନ କରିପାରିଛନ୍ତି । ତାଙ୍କ ଉଦ୍ୟମ ଯୋଗୁ ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ସାନ୍ତାଳି ଭାଷା ପହଞ୍ଚି ପାରିଛି । ରାମଜିତଙ୍କ ପାଇଁ ସାନ୍ତାଳି ଭାଷା ଡିଜିଟାଲି ପଢ଼ିବା ସହ ଲେଖାଯାଇପାରୁଛି ।
Powered by Froala Editor