ଜମାଟୋ ସହ ୧୩ ବର୍ଷର ସମ୍ପର୍କ ଛିଣ୍ଡାଇଲେ ଆକୃତି
ଜୋମାଟୋ ସହ ସମ୍ପର୍କଛିନ୍ନ କରିଛନ୍ତି ସହ ପ୍ରତିଷ୍ଠାତା ଆକୃତି ଚୋପ୍ରା। ସେ ଜମାଟୋର ସହ ପ୍ରତିଷ୍ଠାତା ସହ ମୁଖ୍ୟ ଲୋକ ଅଧିକାରୀ ଭାବେ କାମ କରୁଥିଲେ। ହେଲେ ସେ ଇସ୍ତଫା ଦେବା ସହ ଜୋମାଟୋ ସହ ୧୩ ବର୍ଷ ଧରି ଚାଲିଥିବା ତାଙ୍କ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି।
ଜୋମାଟୋର ପ୍ରତିଷ୍ଠାତା ଦୀପିନ୍ଦର ଗୋୟଲଙ୍କୁ ଇ-ମେଲ୍ ଯୋଗେ ନିଜ ଇସ୍ତଫା ବିଷରେ ସୂଚନା ଦେଇଥିଲେ । ଏହା ପରେ କମ୍ପାନୀ ପକ୍ଷରୁ ଷ୍ଟକ୍ ଏକ୍ସଚେଞ୍ଜକୁ ତାଙ୍କ ଇସ୍ତଫା ବିଷୟରେ ସୂଚିତ କରାଯାଇଥିଲା । କମ୍ପାନୀ ପକ୍ଷରୁ କୁହାଯାଇଥିଲା କି ଜୋମାଟୋ ସହ ପ୍ରତିଷ୍ଠାତା ଏବଂ ଚିଫ୍ ପିପୁଲ୍ସ ଅଫିସର ଆକୃତି ଚୋପଡ଼ା ନିଜ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ୧୩ ବର୍ଷର କାର୍ଯ୍ୟକାଳ ବର୍ତ୍ତମାନ ଶେଷ ହେଉଛି ।
ଆକୃତି ଦୀପିନ୍ଦର ଗୋୟଲଙ୍କୁ ଇ-ମେଲରେ ଲେଖିଥିଲେ, ‘ମୁଁ ଔପଚାରିକ ଭାବେ ନିଜ ଇସ୍ତଫା ପତ୍ର ଦେଉଛି । ଏହା ସେପ୍ଟେମ୍ବର ୨୭, ୨୦୨୪ରେ କାର୍ଯ୍ୟକାରୀ ହେବ । ୧୩ ବର୍ଷର ଅବିଶ୍ୱସନୀୟ ଏବଂ ସମୃଦ୍ଧ ଯାତ୍ରା ପାଇଁ ଧନ୍ୟବାଦ । ଆପଣଙ୍କ ଠାରୁ କେବଳ ଗୋଟିଏ କଲ୍ ଦୂରତାରେ ଅଛି । ଆପଣଙ୍କୁ ଏବଂ ସମସ୍ତଙ୍କୁ ମୋର ଶୁଭକାମନା ।’
୨୦୧୧ରେ ଆକୃତି ଜୋମାଟୋରେ ଫାଇନାନ୍ସ ଏବଂ ଅପରେସନ୍ସରେ ବରିଷ୍ଠ ମ୍ୟାନେଜର ଭାବେ ନିଯୁକ୍ତ ହୋଇଥିଲେ । ଏହା ପରେ ସେ ଚିଫ୍ ଫାଇନାନ୍ସିଆଲ ଅଫିସର ଭାବେ କାମ କରିଥିଲେ । ନିକଟରେ ଆକୃତି ମୁଖ୍ୟ ଲୋକ ଅଧିକାରୀ ପଦ ପାଇଥିଲେ।
Powered by Froala Editor