ଲଞ୍ଚ ହେଲା ପରମ ରୁଦ୍ର ସୁପର କମ୍ପ୍ୟୁଟର, କିଛି କ୍ଷଣରେ କରିପାରିବ ୫୦୦ ବର୍ଷର କାଲକୁଲେସନ୍
ଜାତୀୟ ସୁପର କମ୍ପ୍ୟୁଟିଂ ମିଶନ (NSM) ଅଧୀନରେ ପ୍ରାୟ 130 କୋଟି ଟଙ୍କା ବ୍ୟୟରେ ନିର୍ମିତ ତିନୋଟି ସ୍ୱଦେଶୀ ବିକଶିତ ପରାମ ରୁଦ୍ର ସୁପର କମ୍ପ୍ୟୁଟର ଲଞ୍ଚ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ମୋଦୀ କହିଛନ୍ତି ଯେ ସୁପର କମ୍ପ୍ୟୁଟର ନିର୍ମାଣ କ୍ଷେତ୍ରରେ ଭାରତ ଏବେ ବିଶ୍ବର ଏକ ଅଗ୍ରଣୀ ଦେଶ । ଦେଶରେ ୨୦୧୫ରେ ନ୍ୟାସନାଲ ସୁପର କମ୍ପ୍ୟୁଟିଂ ମିଶନ ଆରମ୍ଭ ହୋଇଥିଲା ।
ଅତ୍ୟାଧୁନିକ ବୈ ଜ୍ଞାନିକ ଅନୁସନ୍ଧାନକୁ ସୁଗମ କରିବା ପାଇଁ ଏହି ସୁପର କମ୍ପ୍ୟୁଟରଗୁଡିକ ପୁନେ, ଦିଲ୍ଲୀ ଏବଂ କୋଲକାତାରେ ନିୟୋଜିତ କରାଯାଇଛି । ଏହି ସୁପର କମ୍ପ୍ୟୁଟର ଅତ୍ୟନ୍ତ ଦ୍ରୁତ ଏବଂ ଶକ୍ତିଶାଳୀ କମ୍ପ୍ୟୁଟର ଅଟନ୍ତି । ମାତ୍ର କିଛି କ୍ଷଣ ମଧ୍ୟରେ 5 ଶହ ବର୍ଷର କାଲକୁଲେସନ କରିପାରିବାର କ୍ଷମତା ରହିଛି ।
ଏହି କମ୍ପ୍ୟୁଟରଗୁଡ଼ିକରେ ଅତ୍ୟାଧୁନିକ ଅତ୍ୟାଧୁନିକ ହାର୍ଡୱେର୍ ଏବଂ ସଫ୍ଟୱେର ଟେକ୍ନୋଲୋଜି ବ୍ୟବହାର କରାଯାଇଛି। ଏହାର ଅଧିକାଂଶ ଉପାଦାନ ଭାରତରେ ଉତ୍ପାଦନ ଓ ଆସେମ୍ବଲ୍ କରାଯାଇଛି। ଏକ ସୁପର କମ୍ପ୍ୟୁଟର ସେହି କାର୍ଯ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରିପାରିବ ଯାହା ନିୟମିତ କମ୍ପ୍ୟୁଟର ପାଇଁ ୫୦୦ ବର୍ଷ ସମୟ ନେବ । ଦେଶ ପାଇଁ ଏହି ସୁପର କମ୍ୟୁଟରର ଉପଲବ୍ଧି ମାଇଲ ଷ୍ଟୋନ ହୋଇ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
Powered by Froala Editor