ବିଲ୍ କିସ୍ ବାନୋ ମାମଲା, ଗୁଜରାଟ ସରକାରଙ୍କ ପୁନର୍ବିଚାର ଆବେଦନ ଖାରଜ
ଗୁଜରାଟ ସରକାରଙ୍କୁ ଲାଗିଛି ବଡ଼ ଝଟକା । ବିଲ୍ କିସ୍ ବାନୋ ମାମଲାରେ ଦୋଷୀମାନଙ୍କୁ ମୁକ୍ତ କରିବା ସଂକ୍ରାନ୍ତ ଆଦେଶରେ ଦିଆଯାଇଥିବା ମନ୍ତବ୍ୟକୁ ହଟାଇବାକୁ ମନା କରିଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏ ନେଇ ଗୁଜରାଟ ସରକାର କରିଥିବା ପୁନର୍ବିଚାର ଆବେଦନକୁ ଖାରଜ କରିଦେଇଛନ୍ତି ।
ଗୁରୁବାର ମାମଲାର ଶୁଣାଣି କରି ଜଷ୍ଟିସ ବିଭି ନାଗରତ୍ନା ଓ ଜଷ୍ଟିସ ଉଜ୍ଜ୍ୱଳ ଭୂୟାଁଙ୍କ ଖଣ୍ଡପୀଠ ଗୁଜରାଟଙ୍କ ସରକାର ଆବେଦନକୁ ଖାରଜ କରିଛନ୍ତି। ସେ କହିଛନ୍ତି ଯେଉଁ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରାଯାଇଛି ଓ ଏହା ସହ ଯେଉଁ ପେପର ରହିଛି, ଏହାକୁ ଭଲ ଭାବେ ଦେଖିବା ପରେ ଆମେ ହୃଦୟଙ୍ଗମ କରିଛୁ ଯେ ପୂର୍ବ ରାୟରେ କୌଣସି ତ୍ରୁଟି ନାହିଁ କିମ୍ବା ରିଭ୍ୟୁ ପିଟିସନର କୌଣସି ମେରିଟ ନାହିଁ। ତେଣୁ ରିଭ୍ୟୁ ପିଟିସନକୁ ଖାରଜ କରାଯାଉଛି।
୨୦୦୨ ଦଙ୍ଗା ସମୟରେ ହୋଇଥିବା ବିଲକିସ୍ ବାନୋ ଦୁଷ୍କର୍ମ ମାମଲାର ୧୧ ଜଣ ଦୋଷୀଙ୍କୁ ସମୟ ପୂର୍ବରୁ ମୁକ୍ତ କରିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଗତ ବର୍ଷ ଖାରଜ କରିଦେଇଥିଲେ ସୁପ୍ରିମକୋର୍ଟ । ଏହି ରାୟରେ କୋର୍ଟ ଗୁଜରାଟ ସରକାରଙ୍କ ବିରୋଧରେ କେତେକ ମନ୍ତବ୍ୟ ଦେଇଥିଲେ । ସେସବୁ ମନ୍ତବ୍ୟ ଅନାବଶ୍ୟକ ବୋଲି ଦର୍ଶାଇ ସେଗୁଡ଼ିକର ପୁନର୍ବିଚାର କରିବାକୁ ଗୁଜରାଟ ସରକାର ଆବେଦନ କରିଥିଲେ । ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି।
Powered by Froala Editor