ସଞ୍ଜୟ ରାଉତଙ୍କୁ ୧୫ ଦିନ ଜେଲ
ନୂଆଦିଲ୍ଲୀ: ମାନହାନି ମୋକଦ୍ଧମା ମାମଲାରେ ସଞ୍ଜୟ ରାଉତଙ୍କୁ ଜେଲ ଦଣ୍ଡାଦେଶ ହୋଇଛି । ଶିବସେନା ନେତା ସଞ୍ଜୟ ରାଉତଙ୍କୁ ୧୫ ଦିନ ଜେଲ ସହ ୨୫ ହଜାର ଟଙ୍କା ଜୋରିମାନା କରାଯାଇଛି । ମୁମ୍ବାଇ ମେଟ୍ରୋପଲିଟାନ କୋର୍ଟ ସଞ୍ଜୟ ରାଉତଙ୍କୁ ଏହି ଦଣ୍ଡାଦେଶ ଦେଇଛନ୍ତି । ବିଜେପି ନେତା କିରିଟ ସୋମାୟାଙ୍କ ପତ୍ନୀ ଏହି ମାନହାନୀ ମାମଲା କରିଥିଲେ । ଶୌଚାଳୟ ନିର୍ମାଣରେ ୧୦୦କୋଟିର ଦୁର୍ନୀତି ହୋଇଥିବା ସଞ୍ଜୟ କହିଥିଲେ ।
Powered by Froala Editor