ମହାଲକ୍ଷ୍ମୀ ମର୍ଡର କେଶ୍: ପୁଲିସ ଧରିବା ପୂର୍ବରୁ ଆତ୍ମହତ୍ୟା କରିଦେଲା ମୁକ୍ତିରଞ୍ଜନ, ସୁଇସାଇଡ ନୋଟ୍ରେ ଦୋଷ ସ୍ୱୀକାର
ବେଙ୍ଗାଲୁରୁରେ ଜଣେ ମହିଳାଙ୍କୁ ଭୟଙ୍କର ଢଙ୍ଗରେ ହତ୍ୟା କରିଥିବା ସନ୍ଦିଗ୍ଧ ଯୁବକ ଓଡ଼ିଶାର। ଏକଥା ଜଣାପଡ଼ିବା ପରେ ତଦନ୍ତ କରୁଥିବା କର୍ଣ୍ଣାଟକା ପୁଲିସ୍ର ସ୍ୱତନ୍ତ୍ର ଟିମ ଓଡ଼ିଶା ଅଭିମୁଖେ ଆସୁଥିଲେ । କିନ୍ତୁ ଅଭିଯୁକ୍ତ ଏକଥା ଜାଣିପାରି ନିଜେ ଝୁଲି ଆତ୍ମହତ୍ୟା କରିଛି ।
ମୃତ ଯୁବକ ହେଉଛନ୍ତି ସ୍ଥାନୀୟ ଭୂଇଁପୁର ଗ୍ରାମର ମୁକ୍ତିରଞ୍ଜନ ରାୟ (୩୦)। କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଚର୍ଚ୍ଚିତ ମହାଲକ୍ଷ୍ମୀ ହତ୍ୟା ଘଟଣାର ମୁକ୍ତିରଂଜନ ମୁଖ୍ୟ ଅଭିଯୁକ୍ତ ଥିଲା ବୋଲି ପୁଲିସ କହିଛି। ତେବେ ଅଭିଯୁକ୍ତ ମୁକ୍ତିରଂଜନ ପୁଲିସ ହାତରେ ଧରାପଡ଼ିବା ପୂର୍ବରୁ ଆତ୍ମହତ୍ୟା କରିଛି । ମୁକ୍ତିରଂଜନ ବେଙ୍ଗାଲୁରୁର ଭୟାଲିକାବାଲ ଠାରେ ଜଣେ ୨୯ ବର୍ଷୀୟ ମହାଲକ୍ଷ୍ମୀଙ୍କୁ ହତ୍ୟା କରିବା ପରେ ମୃତଦେହକୁ ୩୦ ଖଣ୍ଡ କରିଥିଲେ। ଏହାପରେ ଏହାକୁ ରୁମରେ ଥିବା ଫ୍ରିଜ ମଧ୍ୟରେ ରଖି ଫେରାର ହୋଇଯାଇଥିଲା।
ଶନିବାର ମହାଲକ୍ଷ୍ମୀଙ୍କ ଅଧା ପୋଚି ଯାଇଥିବା ଖଣ୍ଡବିଖଣ୍ଡିତ ମୃତଦେବକୁ ସେ ରହୁଥିବା ଆପାର୍ଟମେଣ୍ଟ ରୁମର ଫ୍ରିଜରୁ ଠାବ କରାଯାଇଥିଲା। ମହାଲକ୍ଷ୍ମୀ ବିବାହିତ ହୋଇଥିଲେ ହେଁ ସ୍ୱାମୀଙ୍କ ଠାରୁ ଅଲଗା ହୋଇ ଏକାକୀ ରହୁଥିଲେ। ଏହି ସମୟରେ ଜଣେ ଯୁବକଙ୍କ ସହ ତା’ଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ସମ୍ଭବତଃ ସେ ହିଁ ତାଙ୍କୁ କରିଥିବା କୁହାଯାଉଛି। ମୃତଦେହ ନିକଟରୁ ଏକ ସୁଇସାଇଡ ନୋଟ୍ ଜବତ ହୋଇଛି, ଯେଉଁଥିରେ ଅଭିଯୁକ୍ତ ହତ୍ୟା ନେଇ ସ୍ବୀକାର କରିଛି।
Powered by Froala Editor