ହୃଦଘାତରେ ପୁଲଓ୍ବାମା ଆକ୍ରମଣର ଅଭିଯୁକ୍ତ ବିଲାଲ କୁଚେ ମୃତ
୨୦୧୯ରେ ପୁଲୱାମା, ଜମ୍ମୁ କଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତଙ୍କର ହୃଦଘାତରେ ମୃତ୍ୟୁ ହୋଇଛି। ଅଭିଯୁକ୍ତ ବିଲାଲ ଅହମ୍ମଦ କୁଚେ ହୃଦଘାତରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ପୁଲଓ୍ବାମା ଆକ୍ରମଣ ମାମଲାରେ ଏନଆଇଏର ଚାର୍ଜସିଟ୍ ଅନୁସାରେ, ୧୯ ଅଭିଯୁକ୍ତଙ୍କ ମଧ୍ୟରେ କାକାପୋରାର ହାଜିବାଲ୍ ଗାଁର ବିଲାଲ କୁଚେର ନାଁ ସାମିଲ ଥିଲା ।
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଜଣେ ଅଧିକାରୀ ଏ ବିଷୟରେ ସୂଚନା ଦେଇଛନ୍ତି। ପୁଲୱାମା ଆକ୍ରମଣର ଅଭିଯୁକ୍ତ କୁଚେ କାକାପୋରାର ହାଜିବଲ ଗାଁର ବାସିନ୍ଦା ଥିଲେ। କିସ୍ତଓ୍ବାଡା ଜେଲରେ ଅସୁସ୍ଥ ହୋଇପଡ଼ିବାରୁ ବିଲାଲ କୁଚେକୁ ସେପ୍ଟେମ୍ବର ୧୭ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସୋମବାର ରାତିରେ ହୃଦଘାତରେ ତାର ମୃତ୍ୟୁ ଘଟିଛି । ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଅଭିଯୁକ୍ତ ଥିବା ୧୯ ଜଣଙ୍କ ତାଲିକାରେ ତାଙ୍କ ନାମ ଅନ୍ତର୍ଭୁକ୍ତ କରାଯାଇଥିଲା।
ସୂଚନାଯୋଗ୍ୟ, ୧୪ ଫେବୃଆରୀ ୨୦୧୯ରେ ପୁଲୱାମାରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ନାମକ ଜଣେ ଆତଙ୍କବାଦୀ ତାଙ୍କ କାରକୁ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି କରି ସୁରକ୍ଷା ବାହିନୀର କନଭେନରେ ପ୍ରବେଶ କରିଥିଲେ। ଏହି ଆତଙ୍କବାଦୀ ଆକ୍ରମଣରେ ୪୦ ସିଆରପିଏଫ ଯବାନ ଶହୀଦ ହୋଇଥିଲେ। ଏଥିରେ ୮ଜଣ ଯବାନ ମଧ୍ୟ ଆହତ ହୋଇଥିଲେ।
Powered by Froala Editor