ଭାରତରେ ମଙ୍କିପକ୍ସର 'କ୍ଲେଡ୍ ୧ବି' ଭାରିଆଣ୍ଟ ଚିହ୍ନଟ, ଏହି ଭାରିଆଣ୍ଟ ଆଫ୍ରିକାରେ ନେଇଥିଲା ଅନେକଙ୍କ ଜୀବନ
ଆଫ୍ରିକୀୟ ଦେଶରେ ଘାତକ ସାଜିଥିବା ମଙ୍କିପକ୍ସର ନୂଆ ଭାରିଆଣ୍ଟ ‘କ୍ଲେଡ୍ ୧ବି’ରେ ଜଣେ ଭାରତୀୟ ଯୁବକ ଚିହ୍ନଟ ହୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, କେରଳର ଜଣେ ୩୮ ବର୍ଷୀୟ ଯୁବକ ମଙ୍କିପକ୍ସର ନୂଆ ଭାରିଆଣ୍ଟ ‘କ୍ଲେଡ୍ ୧ବି’ରେ ଚିହ୍ନଟ ହୋଇଛନ୍ତି।
ଏହା ଦେଶର ପ୍ରଥମ ଘଟଣା। ତାଙ୍କ ପୂର୍ବରୁ ଦୁଇ ଜଣ ବ୍ୟକ୍ତ ମଙ୍କିପକ୍ସରେ ଚିହ୍ନଟ ହୋଇଥିଲେ। କିନ୍ତୁ ସେମାନଙ୍କର ନୂଆ ଭାରିଆଣ୍ଟ ନଥିଲା। ସୂଚନା ଅନୁସାରେ, ସଂକ୍ରମିତ ଯୁବକ ଗତ ସପ୍ତାହରେ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ) ଯାଇଥିଲେ। ସେଠାରୁ ଫେରିବା ପରେ ତାଙ୍କ ନମୂନା ପରୀକ୍ଷଣ ହୋଇଥିଲା। ପରୀକ୍ଷା ରିପୋର୍ଟରେ ସେ ମଙ୍କିପକ୍ସର ନୂଆ ଭାରିଆଣ୍ଟ ‘କ୍ଲେଡ୍ ୧ବି’ରେ ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଛି।
ପ୍ରକାଶ ଥାଉକି, ଆଫ୍ରିକୀୟ ଦେଶରେ ମଙ୍କିପକ୍ସ ମାମଲା ବଢିଚାଲିଛି। ଲଗାତାର ଭାବେ ନୂଆ ଭାରିଆଣ୍ଟ ‘କ୍ଲେଡ୍ ୧’ ଚିହ୍ନଟ ହେବା ପରେ ଅଗଷ୍ଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ହେଲଥ ଏମର୍ଜେନ୍ସି ରୂପେ ଘୋଷଣା କରିଥିଲା। ଏହି ଖବର ପ୍ରସାରଣ ପରେ ଦେଶରେ ଭୟର ବାତାବରଣ ଖେଳିଯାଇଛି । ନୂଆ ଭାରିଆଣ୍ଟକୁ ନେଇ ସ୍ୱାସ୍ଥ୍ୟବିଭାଗ ସତର୍କ ହୋଇପଡିଛି ।
Powered by Froala Editor