ଇନଫେକ୍ସନ, ନିମୋନିଆ ରୋଗ ଉପରେ ଆଣ୍ଟିବାୟୋଟିକ୍ ପ୍ରଭାବ କମ୍
ୟୁରିନାରୀ ଟ୍ରାକ୍ଟ ଇନଫେକ୍ସ (UTI), ବ୍ଲଡ୍ ଇନଫେକ୍ସନ, ନିମୋନିଆ ଏବଂ ଟାଇଫଏଡ ଭଳି ରୋଗ ଉପରେ ଆଣ୍ଟିବାୟୋଟିକ୍ କାମ୍ କରୁନାହିଁ। ଭାରତର ମେଡିକାଲ ଗବେଷଣା ସଂସ୍ଥା ଆଇସିଏମଆରର ସଦ୍ୟତମ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଯାହାକି ଚିନ୍ତାର ବିଷୟ ହୋଇଛି । ବର୍ତ୍ତମାନ ସ୍ଥିତିରେ କୌଣସି ରୋଗ ପାଇଁ ଆଣ୍ଟିଆୟୋଟିକ ଗୁରୁତ୍ୱପୂର୍ଣ୍ଣ ହୋଇପଡିଥିବାବେଳେ ଏହି ରିପୋର୍ଟ ଚିନ୍ତାଜନକ ।
ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR)ର ଆଣ୍ଟିମାଇକ୍ରୋବାୟଲ୍ ରେଜିଷ୍ଟାନ୍ସ ସର୍ଭେଲାନ୍ସ ନେଟୱାର୍କ (AMRSN) କେତେକ ସାଧାରଣ ପ୍ରକାର ଆଣ୍ଟିବାୟୋଟିକର ପ୍ରତିରୋଧତା ଉପରେ ପରୀକ୍ଷଣ କରିଥିଲା। ଯେଉଁଥିରେ ନିମୋନିଆ, ସେପସିସ୍, ରେସ୍ପିଟୋରୀ(ଶ୍ୱାସକ୍ରିୟା) ସଂକ୍ରମଣ ଉପରେ ସାଧାରଣ ଆଣ୍ଟିବାୟୋଟିକ କେତେ ପ୍ରଭାବ ପକାଉଛି ତା ଉପରେ ପରୀକ୍ଷଣ କରାଯାଇଥିଲା।
ପରୀକ୍ଷଣରେ ଇଶ୍ଚେରିଆ କୋଲି, କ୍ଲେବସିଏଲା ନିମୋନିଆ (Klebsiella pneumoniae), ସ୍ୟୁଡୋମାନସ୍ ଏରୁଗିନୋସା (Pseudomonas aeruginosa) ଏବଂ ଷ୍ଟାଫିଲୋକୋକସ୍ ଅରିଅସ୍ (Staphylococcus aureus) ଭଳି ବ୍ୟାକ୍ଟିରିଆ ଉପରେ ଆଣ୍ଟିବାୟୋଟିକର ପ୍ରଭାବ ପରୀକ୍ଷଣ କରାଯାଇଥିଲା। ପରୀକ୍ଷଣରୁ ଜଣାପଡ଼ିଲା ଯେ, କେତେକ ସାଧାରଣ ପ୍ରକାର ଆଣ୍ଟିବାୟୋଟିକ ଏସବୁ ବ୍ୟାକ୍ଟେରିଆ ଉପରେ କାମ କରୁନାହିଁ। ବିଶେଷ କରି ଇଶ୍ଚେରିଆ କୋଲି ବ୍ୟାକ୍ଟିରିଆ, ଯାହା ୟୁରିନାରୀ ଟ୍ରାକ୍ଟ ଇନଫେକ୍ସନରେ ଚିହ୍ନଟ ହୋଇଥାଏ, ଏଥିରେ ଆଣ୍ଟିବାୟୋଟିକର ପ୍ରଭାବ କମ୍।
Powered by Froala Editor