ମୁଖ୍ୟମନ୍ତ୍ରୀ ଆତିଶୀଙ୍କ କାର୍ୟ୍ୟାଳୟରେ ଦୁଇଟି ଚୌକି
ନୂଆଦିଲ୍ଲୀ: ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆତିଶୀ। ସୋମବାର ସଚିବାଳୟରେ ପହଞ୍ଚି ସେ ନିଆରା ଢ଼ଙ୍ଗରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଛନ୍ତି। କେଜ୍ରିଓ୍ୱାଲଙ୍କ ପାଇଁ ସେ ଆସନ ଖାଲି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ଆତିଶୀଙ୍କ କାର୍ୟ୍ୟାଳୟରେ ଦୁଇଟି ଚୌକି ଲଗାଯାଇଛି। ଅରବିନ୍ଦ କେଜରିୱାଲଙ୍କ ଚେୟାର ପାର୍ଶ୍ୱରେ ଅନ୍ୟ ଏକ ଚୌକିରେ ବସି ଆତିଶୀ ମୁଖ୍ୟମନ୍ତ୍ରୀ ଭାବରେ କାର୍ୟ୍ୟ ଆରମ୍ଭ କରିଛନ୍ତି।
ଏହି ସମୟରେ ଆତିଶୀ କହିଛନ୍ତି, ଆଜି ମୋ ମନରେ ସେହି ଭଳି ଯନ୍ତ୍ରଣା ଅଛି, ଯାହା ଭରତଙ୍କ ଥିଲା। ଯେଉଁଭଳି ଭାବରେ ଭରତ ସିଂହାସନରେ ଭଗବାନ ରାମଙ୍କ କଠଉ ରଖି ରାଜ୍ୟଭାର ସମ୍ଭାଳିଥିଲେ। ସେହିପରି ମୁଁ ମଧ୍ୟ ଆସନ୍ତା ୪ ମାସ ପାଇଁ ମୁଖ୍ୟମନ୍ତ୍ରୀ ଭାବରେ କାର୍ୟ୍ୟ କରିବି।
Powered by Froala Editor