କୋଇଲା ଖଣିରେ ବିସ୍ଫୋରଣ, ୩୦ ଜଣଙ୍କ ମୃତ୍ୟୁ
ଇରାନ କୋଇଲା ଖଣି ବିସ୍ଫୋରଣରେ ୩୦ ଜଣଙ୍କ ମୃତ୍ୟୁ ଘଟିଛି। ବଢୁଥିବା ମୃତ୍ୟୁ ସଂଖ୍ୟାକୁ ନେଇ ସାରା ଇରାନରେ ଉଦବେଗ ପ୍ରକାଶ ପାଇଛି । ସ୍ଥାନୀୟ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗୁରୁତରଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ବିସ୍ଫାରଣ ସମୟରେ ଖଣିରେ ପ୍ରାୟ ୭୦ ଜଣ ଲୋକ କାମ କରୁଥିବା ଜଣାପଡ଼ିଛି । ଏବେବି ଅନେକ ଲୋକ ଖଣି ଭିତରେ ଫସି ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । ଖଣିରେ ମିଥେନ୍ ଗ୍ୟାସ୍ ଲିକ୍ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।
ସୂଚନା ଅନୁଯାୟୀ, ରାଜଧାନୀ ତେହେରାନଠାରୁ ପ୍ରାୟ ୩୩୫ କିଲୋମିଟର ଦକ୍ଷିଣ-ପୂର୍ବରେ ଅବସ୍ଥିତ ତବାସରେ ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଘଟଣାସ୍ଥଳକୁ ଜରୁରୀକାଳୀନ କର୍ମଚାରୀଙ୍କୁ ପଠାଯାଇଥିବା ସୂଚନା ମିଳିଛି। କୋଇଲା ଖଣିରେ ଏବେ ବି ଅନେକ ଲୋକ ଫସି ରହିଛନ୍ତି। ସରକାରୀ ଗଣମାଧ୍ୟମ ଅନୁଯାୟୀ, ୨୮ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଥିବା ବେଳେ ୨୪ ଜଣ ଏବେ ବି ଭିତରେ ଫସି ରହିଛନ୍ତି।
ଏହି ଘଟଣାରେ ଇରାନ୍ ରାଷ୍ଟ୍ରପତି ମସୌଦ୍ ପେଜେଶକିୟାନ୍ ଶୋକ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଖଣିରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ଏବଂ ତାଙ୍କ ପରିବାରକୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଘଟଣାର ଯାଞ୍ଚ୍ କରାଯିବ ବୋଲି ସେ କହିଛନ୍ତି ।
Powered by Froala Editor