ସେନାବାହିନୀ ଟ୍ରେନ ଉଡ଼ାଇବା ପାଇଁ ଚକ୍ରାନ୍ତ : ରେଲୱେ ଟ୍ରାକରେ ଫାଟିଲା ଡିଟୋନେଟର
ମଧ୍ୟ ପ୍ରଦେଶର ବୁରହାନପୁର ଜିଲ୍ଲାରେ ଏକ ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍ ହୋଇଛି। ବୋମା ବିସ୍ଫୋରଣରେ ସେନାବାହିନୀଙ୍କ ଟ୍ରେନ ଉଡ଼ାଇ ଦେବା ପାଇଁ ଚକ୍ରାନ୍ତ ହୋଇଥିଲା । ସେଥିପାଇଁ ରେଲୱେ ଟ୍ରାକରେ ଡିଟୋନେଟର ଲଗା ଯାଇଥିବା କୁହାଯାଉଛି ।
ରେଲୱେ ସୂତ୍ରାନୁସାରେ, ଘଟଣାଟି ୧୮ସେପ୍ଟେମ୍ୱରରେ ଘଟିଛି। ସୂଚନା ଏବେ ସାମନାକୁ ଆସିଛି। ଆର୍ମି ଯବାନଙ୍କ ସ୍ପେଶାଲ ଟ୍ରେନ୍ ଜମ୍ମୁ-କାଶ୍ମୀରରୁ କନ୍ୟାକୁମାରୀ ଯାଉଥିଲା। ଟ୍ରେନ୍ ପହଞ୍ଚିବା ପୂର୍ବରୁ ହିଁ ଟ୍ରାକ୍ ରେ ରଖାଯାଇ ଥିବା ଡେଟୋନେଟର ଫାଟି ଗଲା। ଏହାପରେ ଅଧିକାରୀ ଆଲର୍ଟ ହୋଇଗଲେ ଏବଂ ଟ୍ରେନକୁ ସାଗଫୋଟା ଷ୍ଟେସନରେ ହିଁ ରୋକି ଦିଆ ଯାଇଥିଲା।ଏହାପରେ ସୁରକ୍ଷା ଏଜେନ୍ସିମାନେ ହାଇ ଆଲର୍ଟରେ ରହିଛନ୍ତି। ସୂତ୍ରାନୁସାରେ, କିଛି ସଦିଗ୍ଧଙ୍କୁ ହେପାଜତକୁ ମଧ୍ୟ ନିଆଯାଇଛି।
ଏପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇ ପାରି ନାହିଁ ଯେ, ଏହି ଷଡ଼ଯନ୍ତ୍ର ପଛରେ କିଏ ଅଛି ଏବଂ ଏହାର ଉଦ୍ଦେଶ୍ୟ କଣ ଥିଲା। ହେଲେ ସୁରକ୍ଷା ଏଜେନ୍ସିମାନେ ଏହି ମାମଲାକୁ ଖୁବ୍ ଗୁରୁତର ସହ ନେଇଛି ଏବଂ ସବୁ ଦିଗକୁ ନେଇ ଯାଞ୍ଚ କରାଯାଉଛି।
Powered by Froala Editor