ଟ୍ରେନ୍ ଟ୍ରାକ୍ ରେ ଗ୍ୟାସ୍ ସିଲିଣ୍ଡର
ପୁଣି ଥରେ ଟ୍ରେନ୍ ଟ୍ରାକ୍ରୁ ମିଳିଲା ଗ୍ୟାସ୍ ସିଲିଣ୍ଡର। ଉତ୍ତରପ୍ରଦେଶ କାନପୁର ଦେହାତ ଜିଲ୍ଲାର ପ୍ରେମପୁର ରେଳ ଷ୍ଟେସନ ଟ୍ରାକ୍ ଉପରେ ରଖାଯାଇଥିଲା ଗ୍ୟାସ୍ ସିଲିଣ୍ଡର। କିଛି ଦୁବୃର୍ତ୍ତ ଟ୍ରେନ୍ ଦୁର୍ଘଟଣା ଘଟାଇବାକୁ ଏଭଳି ଷଡ଼ଯନ୍ତ୍ର ରଚିଥିଲେ। ଉତ୍ତରପ୍ରଦେଶ ପ୍ରେମପୁର ଷ୍ଟେସନ ରେଳ ଧାରଣାରୁ ଉକ୍ତ ଗ୍ୟାସ୍ ସିଲିଣ୍ଡର ଜବତ ହୋଇଛି।
ଜିଆରପି କହିଛି ଯେ କାନପୁର ଠାରୁ ୩୫ କିଲୋମିଟର ଦୂରରେ ରବିବାର ସକାଳ ୫ଟା ୫୦ରେ ଏହି ଘଟଣା ଘଟିଛି। ମାଲବାହୀ ଟ୍ରେନ୍ କାନପୁରରୁ ପ୍ରୟାଗରାଜ ଅଭିମୁଖେ ଯାଉଥିଲା। ପ୍ରେମପୁରରେ ମାଲବାହୀ ଟ୍ରେନ୍ ରୋକିଥିଲା। ଟ୍ରେନର ଗତି ଧୀର ଥିଲାବେଳେ ଲୋକୋ ପାଇଲଟ୍ ସିଲିଣ୍ଡରକୁ ଟ୍ରାକରେ ରଖାଯାଇଥିବା ଦେଖି ଭୟଭୀତ ହୋଇଥିଲେ। ଏହା ପରେ ଜରୁରୀକାଳୀନ ବ୍ରେକ୍ ଲଗାଯାଇଥିଲା।
ତେବେ ଟ୍ରେନ୍ର ଇଞ୍ଜିନ ସିଲିଣ୍ଡର ନିକଟରେ ପହଞ୍ଚିଥିଲା। ଏହା ପରେ ଡ୍ରାଇଭର ତଳକୁ ଓହ୍ଲାଇ ଦେଖିଲେ ଯେ ୫ କିଲୋଗ୍ରାମ ଗ୍ୟାସ୍ ସିଲିଣ୍ଡର ଟ୍ରାକରେ ରଖାଯାଇଛି। ଘଟଣା ବିଷୟରେ ଲୋକୋ ପାଇଲଟ୍ ବରିଷ୍ଠ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ସିଲିଣ୍ଡରର ଖବର ପାଇବା ମାତ୍ରେ ରେଳବାଇରେ ଉତ୍ତେଜନା ଦେଖାଦେଇଥିଲା। ମାଲବାହୀ ଟ୍ରେନ୍ର ଲୋକୋ ପାଇଲଟ୍ ଉପସ୍ଥିତ ବୁଦ୍ଧି ଖଟାଇ ଟ୍ରେନ୍କୁ ଅଟକାଇଥିଲେ । ଯେଉଁଥିପାଇଁ ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇଥିବା କୁହାଯାଉଛି।
Powered by Froala Editor