ଡେରାଡୁନ୍ ଏକ୍ସପ୍ରେସକୁ ଲାଇନଚ୍ୟୁତ ଷଡ଼ଯନ୍ତ୍ର : ଟ୍ରାକ୍ରେ ରଖା ଯାଇଥିଲା ରଡ୍
ଉତ୍ତରପ୍ରଦେଶର ରାମପୁରରେ ଡେରାଡୁନ୍ ଏକ୍ସପ୍ରେସ୍ ଟ୍ରେନକୁ ଲାଇନଚ୍ୟୁତ କରିବାକୁ ଷଡ଼ଯନ୍ତ୍ର କରାଯାଇଥିବା ଅଭିଯୋଗ ହୋଇଛି । ରାମପୁରରେ ରେଲୱେ ଟ୍ରାକ୍ରେ ୭ ମିଟର ଲମ୍ୱର ଏକ ରଡ୍ ରଖି କାଠଗୋଦାମ-ଡେରାଦୁନ ଏକ୍ସପ୍ରେସ୍ ଟ୍ରେନ୍କୁ ଡିରେଲ କରେଇବାକୁ ଚେଷ୍ଟା କରାଯାଇଛି। ସୌଭାଗ୍ୟବତଃ ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ଼ ଦୁର୍ଘଟଣା ଟଳି ଯାଇଥିଲା।
ସୂଚନା ଅନୁଯାୟୀ, ବୁଧବାର ରାତିରେ ଡେରାଡୁନ ଏକ୍ସପ୍ରେସ ବଳବନ୍ତ ଏନକ୍ଲେଭ କଲୋନି ପଛପଟେ ଯାଇଥିବା ରେଳ ଲାଇନ ଦେଇ ଯାଉଥିବା ବେଳେ ଏହି ଘଟଣା ଘଟିଥିଲା। ଏକ ପୁରୁଣା ଲୁହା ଟେଲିଫୋନ ଖୁଣ୍ଟକୁ ରେଳ ଧାରଣା ଉପରେ ରଖାଯାଇଥିଲା। ଟ୍ରେନ୍ ନିକଟରେ ପହଞ୍ଚିବା ମାତ୍ରେ ଲୋକୋ ପାଇଲଟ ତାହାକୁ ଦେଖିପାରିଥିଲେ, ଯାହା ପରେ ଜରୁରୀକାଳୀନ ବ୍ରେକ୍ ଲଗାଇ ଟ୍ରେନ୍କୁ ଅଟକାଇ ଦିଆଯାଇଥିଲା। ରଡ୍କୁ ହଟାଇବା ପରେ ଟ୍ରେନ ପ୍ରସ୍ଥାନ କରିଥିଲା। ବରିଷ୍ଠ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ଉଲ୍ଲେଖନୀୟ ଯେ , ଏହା ପୂର୍ବରୁ ଗାଜିପୁରରେ ଏକ କାଠର ବୋଟ୍ ଟ୍ରାକ୍ ରେ ରଖି ଟ୍ରେନକୁ ଲାଇନଚ୍ୟୁତ କରିବାକୁ ଷଡ଼ଯନ୍ତ୍ର ରଚା ଯାଇଥିଲା। କାନପୁରରେ ସିଲିଣ୍ଡର ଓ ପେଟ୍ରୋଲ ଭର୍ତ୍ତି ବୋତଲ ରଖା ଯାଇ ଥିଲା।
Powered by Froala Editor