ତିରୁପତି ମନ୍ଦିର ପ୍ରାସାଦରେ ପଶୁ ଚର୍ବି, ମାଛ ତେଲ
ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ତିରୁପତି ମନ୍ଦିର ପ୍ରାସାଦରେ ଘିଅ ବଦଳରେ ପଶୁ ଚର୍ବି ମିଶ୍ରଣ କରିଥିବା ଅଭିଯୋଗ କରିଛନ୍ତି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏଭଳି ଏକ ବୟାନ ଆନ୍ଧ୍ର ରାଜନୀତିରେ ଭୂକମ୍ପ ଆଣିଛି । ସେ କହିଛନ୍ତି ଯେ ପୂର୍ବ ସରକାରରେ ତିରୁପତି ମନ୍ଦିର ପ୍ରସାଦରେ ପଶୁ ଚର୍ବି ବ୍ୟବହାର କରାଯାଉଥିଲା। ତାଙ୍କ ଅଭିଯୋଗ ପରେ ନମୁନା ପରୀକ୍ଷା କରିବାରୁ ଏହା ସ୍ପଷ୍ଟ ହୋଇଛି।
ଅନୁସନ୍ଧାନ ପରେ ଆସିଥିବା ରିପୋର୍ଟରେ ମାଛ ତେଲର ସନ୍ଧାନ ନିଶ୍ଚିତ ହୋଇଛି। ବୁଧବାର ଚନ୍ଦ୍ରାବାବୁ ନାଇଡୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀଙ୍କ ବିରୋଧରେ ଅଭିଯୋଗ କରି କହିଥିଲେ ଯେ, ପୂର୍ବ ସରକାର ସମୟରେ ତିରୁପତି ମନ୍ଦିରର ପ୍ରସାଦରେ ଘିଅ ବଦଳରେ ପଶୁ ଚର୍ବି ମିଶିବା ଆରମ୍ଭ ହୋଇଥିଲା।
ନାଇଡୁଙ୍କ ଏହି ବୟାନ ଉପରେ ଜଗନ୍ ମୋହନ ରେଡ୍ଡୀଙ୍କ ପାର୍ଟି YSRCP ପ୍ରତିକ୍ରିୟା ଦେଇଛି। ଏଥିରେ କୁହାଯାଇଛି ଯେ ଚନ୍ଦ୍ରବାବୁ ନାଇଡୁ ତିରୁମାଲାର ମନ୍ଦିରର ପବିତ୍ରତା ଏବଂ କୋଟି କୋଟି ହିନ୍ଦୁଙ୍କ ବିଶ୍ୱାସକୁ କ୍ଷତି ପହଞ୍ଚାଇ ଏକ ବଡ଼ ପାପ କରିଛନ୍ତି। ତିରୁମାଲା ପ୍ରସାଦ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ମନ୍ତବ୍ୟ ଅତ୍ୟନ୍ତ ଅଯୌକ୍ତିକ। ପୁଣିଥରେ ଏହା ପ୍ରମାଣିତ ହୋଇଛି ଯେ ଚନ୍ଦ୍ରବାବୁ ରାଜନୀତି ପାଇଁ କିଛି କରିବାକୁ ଦ୍ୱିଧା କରିବେ ନାହିଁ।
Powered by Froala Editor