ଖୁରାନିଆଙ୍କ କାର୍ଯ୍ୟକାଳ ବଢ଼ାଇଲେ ରାଜ୍ୟ ସରକାର
ରାଜ୍ୟ ସରକାର ୧୯୯୦ ବ୍ୟାଚ୍ର ଆଇପିଏସ୍ ଅଧିକାରୀ ଯୋଗେଶ ବାହାଦୂର ଖୁରାନିଆଙ୍କ କାର୍ଯ୍ୟକାଳ ବଢ଼ାଇଛନ୍ତି। ଡିଜି ୱାଇବି ଖୁରାନିଆ ସର୍ବନିମ୍ନ ୨ବର୍ଷ ପାଇଁ ରାଜ୍ୟ ପୁଲିସ ଡିଜି ପଦବୀରେ ରହିବେ । ୨୦୨୪ ଅଗଷ୍ଟ ୧୬ତାରିଖରୁ ତାଙ୍କର ଏହି ୨ବର୍ଷିଆ କାର୍ଯ୍ୟକାଳ ଆରମ୍ଭ ହୋଇଛି ଯାହାକି ୨୦୨୬ ଅଗଷ୍ଟ ୧୬ତାରିଖରେ ଶେଷ ହେବ ।
ବିଜ୍ଞପ୍ତି ଅନୁସାରେ, ରାଜ୍ୟ ପୁଲିସ ଡିଜି ୱାଇବି ଖୁରାନିଆଙ୍କ କାର୍ଯ୍ୟକାଳକୁ ସର୍ବନିମ୍ନ ୨ବର୍ଷ ଅର୍ଥାତ୍ ୨୦୨୬ ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ୧୯୭୭ ମସିହା ମେ’ ମାସର ନିର୍ଦ୍ଦେଶନାମା ଆଧାରରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ପୁଲିସ ଡିଜି ଭାବେ ଶ୍ରୀ ଖୁରାନିଆ ଚଳିତବର୍ଷ ଅଗଷ୍ଟ ୧୬ତାରିଖରେ ଦାୟିତ୍ୱ ଗ୍ରହଣ କରିଥିଲେ । ଶ୍ରୀ ଖୁରାନିଆ ୨୦୨୬ ମାର୍ଚ୍ଚ ମାସରେ ୬୦ବର୍ଷ ବୟସରେ ସରକାର ଚାକିରିରୁ ଅବସର ନେଇଥାନ୍ତେ । ମାତ୍ର ପୁଲିସ ଡିଜି ପଦବୀରେ ତାଙ୍କୁ ସର୍ବନିମ୍ନ ୨ବର୍ଷ ପାଇଁ ରାଜ୍ୟ ସରକାର ନିଯୁକ୍ତି ଦେଇଥିବାରୁ ସେ ୨୦୨୬ ଅଗଷ୍ଟ ୧୬ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିପାରିବେ ।
ସୂଚନାଯୋଗ୍ୟ, ଯୋଗେଶ ବାହାଦୁର ଖୁରାନିଆ ଗତ ଅଗଷ୍ଟ ୧୬ ତାରିଖ ଦିନ ୩୮ତମ ପୁଲିସ ଡିଜି ଭାବେ ଦାୟିତ୍ବଗ୍ରହଣ କରିଥିଲେ। ସେ ବକ୍ସିବଜାରସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟରେ ଡିଜି ଅରୁଣ ଷଢ଼ଙ୍ଗୀଙ୍କ ଠାରୁ ଦାୟିତ୍ବଗ୍ରହଣ କରିଥିଲେ।
Powered by Froala Editor