ଅର୍ଥନୀତି ବିଭାଗର ଆସୋସିଏଟ ପ୍ରଫେସର ନିଲମ୍ବିତ
ଭୁବନେଶ୍ୱର: ଉକ୍ରଳ ବିଶ୍ୱବିଦ୍ୟାଳୟର ଜଣେ ଆସୋସିଏଟ ପ୍ରଫେସରଙ୍କୁ ନିଲମ୍ବିତ କରାଯାଇଛି । ଅର୍ଥନୀତି ବିଭାଗର ଆସୋସିଏଟ ପ୍ରଫେସରଙ୍କୁ କୁଳପତି ନିଲମ୍ବିତ କରିଛନ୍ତି । ଆଇସିସିର ରିପୋର୍ଟ ଆଧାରରେ କୁଳପତି ତାଙ୍କୁ ନିଲମ୍ବିିତ କରିଛନ୍ତି । ଏଥିସହ ହେଡକ୍ୱାର୍ଟର ନଛାଡ଼ିବାକୁ ସମ୍ପୃକ୍ତ ଆସୋସିଏଟ ପ୍ରଫେସରଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ଜଣେ ଛାତ୍ରୀ ସମ୍ପୃକ୍ତ ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ବିଶ୍ୱବିଦ୍ୟାଳୟର ସେକ୍ସୁଆଲ୍ ହାରାସ୍ମେଣ୍ଟ ସେଲ୍ରେ ହୋଇଥିବା ଅଭିଯୋଗ ଅନୁସାରେ ଅଗଷ୍ଟ ୧୬ ତାରିଖରେ ଅପରାହ୍ନ ୨ଟା ବେଳେ ଅର୍ଥନୀତି ବିଭାଗର ପ୍ରଫେସର ନିଜ ଚ୍ୟାମ୍ୱରରେ ଥିଲେ। ଠିକ୍ସେହି ସମୟରେ ଛାତ୍ରୀ ପଦ୍ମା(ଛଦ୍ମନାମ) ବହି ଆଣିବାକୁ ପ୍ରଫେସରଙ୍କ ଚ୍ୟାମ୍ୱରକୁ ଯାଇଥିଲେ। ସେତେବେଳେ ପ୍ରଫେସର ତାଙ୍କୁ ବସିବା ପାଇଁ କହିଥିଲେ। ପଦ୍ମା ବସିବା ପରେ ପ୍ରଫେସର ତାଙ୍କ ପାଖରେ ଆସି ବସିଥିଲେ। ଆଉ ତା’ପରେ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ପଦ୍ମାଙ୍କ ବିନା ଅନୁମତିରେ ତାଙ୍କ ଶରୀରର ବିଭିନ୍ନ ଅଙ୍ଗରେ ସ୍ପର୍ଶ କରିଥିଲେ। ଛାତ୍ରୀ ଜଣକ ଚିତ୍କାର କରି ତାଙ୍କ କବଳରୁ ବାହାରି ଆସିବା ପାଇଁ ଚେଷ୍ଟା କରିଥିଲେ।ତେବେ ଚ୍ୟାମ୍ୱର ଛାଡ଼ିବା ପୂର୍ବରୁ ଛାତ୍ରୀଙ୍କୁ ପ୍ରଫେସର କହିଥିଲେ, ତୁମେ ଯଦି ଏହାକୁ ପସନ୍ଦ କରୁଥିବ, ତାହାହେଲେ ଆଉ ଥରେ ଆସିବ। ମୁଁ ତୁମକୁ ପାଠ ପଢ଼ାରେ ସାହାଯ୍ୟ କରିବି। ଯଦି ପସନ୍ଦ ନଆସିଲା, ତାହାହେଲେ ଆସିବ ନାହିଁ। କିନ୍ତୁ ଯାହା ଘଟିଲା, ସେ ନେଇ କାହାକୁ କିଛି କହିବ ନାହିଁ ବୋଲି ପ୍ରଫେସର କହିଥିବା ପୀଡ଼ିତା ଅଭିଯୋଗ କରିଛନ୍ତି।
Powered by Froala Editor