Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, March 01, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଡିଏମ୍‌କେରେ ଯୋଗଦେଲେ ପନିରସେଲଭମ୍

  • ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ୨୧ ମୃତ

  • ନିଶ୍ଚିତ ଭାବରେ ତାମିଲନାଡୁର ...

  • ଅଜୀର୍ଣ୍ଣ ସମସ୍ୟାର ସମ୍ମୁଖୀନ ହେଉଥିଲେ ...

  • ଭାବବିହ୍ୱଳ ହୋଇ କାନ୍ଦି ପକାଇଲେ କେଜରିୱାଲ

  • କୋଲକାତାରେ ଶକ୍ତିଶାଳୀ ଭୂକମ୍ପ

  • ହେଲିକପ୍ଟର ପ୍ରଚଣ୍ଡ ଉଡ଼ାଇ ଇତିହାସ ...

  • ଖାଲି ପେଟରେ ଉଷୁମ ପାଣି ପିଇଲେ ମିଳେ ...

  • ୧ ଏପ୍ରିଲରୁ ବିକ୍ରି ହେବ କେବଳ ଇଥାନଲ୍ ...

  • ଖାଇବାକୁ ଦେବା ପରେ ବାପାଙ୍କୁ ଜୀବନ୍ତ ...

ରାଜ୍ୟ
Home ›› ରାଜ୍ୟ ››ଆର୍ମି ଅଫିସରଙ୍କୁ ମାଡ଼ ଘଟଣା: ବଦଳି ନିର୍ଦ୍ଦେଶ ପରେ ହେଲେ ନିଳମ୍ବିତ

ଆର୍ମି ଅଫିସରଙ୍କୁ ମାଡ଼ ଘଟଣା: ବଦଳି ନିର୍ଦ୍ଦେଶ ପରେ ହେଲେ ନିଳମ୍ବିତ

2024-09-18 09:58:03
15169
Share:
Facebook
Twitter
E-Mail
WhatsApp
Telegram
ଆର୍ମି ଅଫିସରଙ୍କୁ ମାଡ଼ ଘଟଣା: ବଦଳି ନିର୍ଦ୍ଦେଶ ପରେ ହେଲେ ନିଳମ୍ବିତ

ଭୁବନେଶ୍ୱର : ଭରତପୁର ଥାନାରେ ଆର୍ମି ଅଫିସରଙ୍କୁ ମାଡ଼ ଘଟଣା। ୫ ପୋଲିସ ଅଫିସର ନିଲମ୍ଵିତ। ୫ ଜଣଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ହୋଇଛି। ଭରତପୁର ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ର, ଏସଆଇ ବିଳାସିନୀ ପଣ୍ଡା, ଏଏସଆଇ ସଲୀଳମୟୀ ସାହୁ ଓ ସାଗରିକା ରଥ, କନେଷ୍ଟବଳ ବଳରାମ ହାଂସଦା ନିଲମ୍ବିତ ହୋଇଛନ୍ତି। ପୋଲିସ ଡିଜି ୱାଇ.ବି ଖୁରାନିଆ ନିଲମ୍ଵନ ନିର୍ଦ୍ଦେଶ ଦେଇଛନ୍ତି। ତେବେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ପରେ ଏହି ପାଞ୍ଚ ଜଣଙ୍କୁ ଗତକାଲି ରାତିରେ ବଦଳି ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ଆଜି ସକାଳୁ ସମସ୍ତଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି। ଦୀପକ କୁମାର ଖଣ୍ଡାୟତରାୟଙ୍କୁ ଭରତପୁର ଥାନାର ନୂଆ ଆଇଆଇସି ଦାୟିତ୍ଵ ଦିଆଯାଇଛି।
ପ୍ରକାଶ ଥାଉକି, ଆର୍ମି କ୍ୟାପ୍‌ଟେନ୍‌ ଗୁରୁଭନ୍ସ ସିଂ (ଶିଖ୍‌ ରେଜିମେଣ୍ଟ) ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ଭରତପୁର ଥାନା ଭିତରେ ପୁଲିସ୍‌ କର୍ମଚାରୀଙ୍କୁ ମାରପିଟ୍‌ କରିଥିବା ଅଭିଯୋଗ ହୋଇଥିଲା । ପୁଲିସ୍‌ ଅଙ୍କିତାଙ୍କୁ ଗିରଫ କରିଥିଲା । ଏହି ଘଟଣା ଏବେ ନୂଆ ମୋଡ଼ ନେଇଛି । ଆର୍ମି ଅଫିସର ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସ୍‌ ଥାନାରେ ମାଡ଼ ମାରି ରକ୍ତାକ୍ତ କରିଥିବା ଅଭିଯୋଗ ହୋଇଛି । ସେଥିପାଇଁ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି ୱାଇବି ଖୁରାନିଆ । କ୍ରାଇମ୍‌ବ୍ରାଞ୍ଚର ଏକ ଟିମ୍‌ ଥାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ‘ଓଡ଼ିଶା ଏକ୍ସ ସର୍ଭିସ୍‌ ମ୍ୟାନ୍‌ ଲିଗ୍‌’ (ଓଇଏସ୍‌ଏମ୍‌ଏଲ୍‌) ପକ୍ଷରୁ କୁହାଯାଇଛି, ଆର୍ମି ଅଫିସର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ଶନିବାର ରାତି ପ୍ରାୟ ୧୨ଟା ୩୦ରେ ପଟିଆରୁ ଫେରୁଥିଲେ । ପଟିଆରେ ଅଙ୍କିତାଙ୍କ ଏକ ରେସ୍ତୋରାଁ ଅଛି । ଏହି ସମୟରେ ରାସ୍ତାରେ ଯାଉଥିବା ୨ଟି କାର୍‌କୁ ଅତିକ୍ରମ କରି ଆଗକୁ ଯାଇଥିଲେ ଆର୍ମି ଅଫିସର । ଯେଉଁ ୨ଟି ଗାଡ଼ିକୁ ଅତିକ୍ରମ କରିଥିଲେ ତା’ର ଆରୋହୀମାନେ ଗୁରୁଭନ୍ସ ଏବଂ ଅଙ୍କିତାଙ୍କୁ ରାସ୍ତାରେ ଅଟକାଇଥିଲେ । ସେ ୨ଟି ଗାଡ଼ିରୁ କେତେଜଣ ଯୁବକ ବାହାରି ଗୁରୁଭନ୍ସଙ୍କୁ ଧକ୍କା ମାରିବା ସହ ଧମକ ଦେଇ ସେଠାରୁ ଚାଲିଯାଇଥିଲେ । ଘଟଣା ସମ୍ପର୍କରେ ଅଭିଯୋଗ କରିବା ଲାଗି ଗୁରୁଭନ୍ସ ଏବଂ ଅଙ୍କିତା ଭରତପୁର ଥାନାରେ ରାତି ପ୍ରାୟ ସାଢ଼େ ୧ଟାରେ ପହଞ୍ଚିଥିଲେ । ଥାନାରେ ଜଣେ ପୁରୁଷ କନ୍‌ଷ୍ଟେବଲ ବସିଥିଲେ । ସେମାନେ ତାଙ୍କ ଅଭିଯୋଗ ରଖିବା ଲାଗି କୌଣସି ଅଫିସରଙ୍କୁ ଡାକିବାକୁ କନ୍‌ଷ୍ଟେବଲଙ୍କୁ କହିଥିଲେ । ହେଲେ ଉକ୍ତ କନ୍‌ଷ୍ଟେବଲ ଜଣକ ମଦ୍ୟପାନ କରିଥିଲେ । ତାଙ୍କ ଟେବୁଲ ଉପରେ ଗ୍ଲାସ ମଧ୍ୟ ଥୁଆ ହୋଇଥିଲା । ଏହାଦେଖି ଅଙ୍କିତା ଜଣେ ମହିଳା ଅଫିସରଙ୍କୁ ଡାକନ୍ତୁ ବୋଲି କହିଥିଲେ ।

କିଛି ସମୟ ପରେ ଜଣେ ମହିଳା ଅଫିସର ବିନା ୟୁନିଫର୍ମରେ ଆସିଥିଲେ । ଆର୍ମି ଅଫିସ୍‌ର ଘଟଣା ବିଷୟରେ ତାଙ୍କୁ କହିଥିଲେ । ହେଲେ ସେ କିଛି ଶୁଣି ନଥିଲେ । ଏହାପରେ ଅଙ୍କିତା ସେହି ମହିଳା ଅଫିସରଙ୍କୁ କାହିଁକି ବିନା ୟୁନିଫର୍ମରେ ଅଛ ବୋଲି ପ୍ରଶ୍ନ କରିଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହାର କିଛି ସମୟ ମଧ୍ୟରେ କିଛି ପୁଲିସ୍‌ କର୍ମଚାରୀ ଏକ ପାଟ୍ରୋଲିଂ ଭ୍ୟାନ୍‌ରେ ଆସି ଥାନାରେ ପହଞ୍ଚିଥିଲେ । ସେମାନେ ମିଳିମିଶି ଗୁରୁଭନ୍ସ ଓ ଅଙ୍କିତାଙ୍କୁ ଅମାନୁଷିକ ଭାବେ ମାଡ଼ ମାରିଥିଲେ । ଅଙ୍କିତାଙ୍କୁ କୋର୍ଟଚାଲାଣ କରିଥିଲେ । ପୁଲିସ୍‌ ମାଡ଼ରେ ଗୁରୁତର ଗୁରୁଭନ୍ସଙ୍କୁ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ରାଜଧାନୀର ଭାରତପୁର ଥାନାର ଏହି କାଣ୍ଡ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ସେନା ପକ୍ଷରୁ ଘଟଣା ସମ୍ପର୍କରେ ଟୁଇଟ୍‌ କରାଯାଇଛି । ପରେ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ସୋମବାର ରାତିରେ ନିର୍ଦ୍ଦେଶ ଦେଇଥିଲେ ଡିଜିପି ।  ମଙ୍ଗଳବାର ଅପରାହ୍ଣରେ କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି ନରେନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଏକ ୫ଜଣିଆ ଟିମ୍‌ ଥାନାକୁ ଯାଇଥିଲେ । ଥାନାରେ ସିସିଟିଭି ନଥିବାରୁ କ୍ରାଇମ୍‌ବ୍ରାଞ୍ଚ କିଛି ତଥ୍ୟ ପାଇନଥିଲେ । ଦୁଇ ଦିନ ମଧ୍ୟରେ କ୍ରାଇମ୍‌ବ୍ରାଞ୍ଚ ଡିଜିପିଙ୍କୁ ତଦନ୍ତ ରିପୋର୍ଟ ଦେବ ବୋଲି ଜଣାପଡ଼ିଛି । ଏହି ଘଟଣାରେ ଆର୍ମି ପକ୍ଷରୁ ଟୁଇଟ୍‌ ହେବା ପରେ କମିଶନରେଟ୍‌ ପୁଲିସ୍‌ ଇଜ୍ଜତର ଧଜିଆ ଉଡ଼ିଛି । ସଂପୃକ୍ତ ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ସୋସିଆଲ୍‌ ମିଡିଆରେ ବିଭିନ୍ନ ଆର୍ମି ଅଫିସରମାନେ ଦାବି କରୁଛନ୍ତି । 

Powered by Froala Editor

Tags suspended

Related articles Odisha News Lens 4.1

  • ଡିଏମ୍‌କେରେ ଯୋଗଦେଲେ ପନିରସେଲଭମ୍
    ଦେଶ-ଦେଶାନ୍ତର

    ଡିଏମ୍‌କେରେ ଯୋଗଦେଲେ ପନିରସେଲଭମ୍

    14756
    Feb 28, 2026
  • ଖାଲି ପେଟରେ ଉଷୁମ ପାଣି ପିଇଲେ ମିଳେ ଏହିସବୁ ଲାଭ
    ବିଶେଷ

    ଖାଲି ପେଟରେ ଉଷୁମ ପାଣି ପିଇଲେ ମିଳେ ଏହିସବୁ ଲାଭ

    14187
    Feb 27, 2026
  • ଭାବବିହ୍ୱଳ ହୋଇ କାନ୍ଦି ପକାଇଲେ କେଜରିୱାଲ
    ଦେଶ-ଦେଶାନ୍ତର

    ଭାବବିହ୍ୱଳ ହୋଇ କାନ୍ଦି ପକାଇଲେ କେଜରିୱାଲ

    15356
    Feb 27, 2026
  • ଖାଇବାକୁ ଦେବା ପରେ ବାପାଙ୍କୁ ଜୀବନ୍ତ ଜାଳିଦେଲା ପୁଅ
    ଦେଶ-ଦେଶାନ୍ତର

    ଖାଇବାକୁ ଦେବା ପରେ ବାପାଙ୍କୁ ଜୀବନ୍ତ ଜାଳିଦେଲା ପୁଅ

    14015
    Feb 26, 2026
  • ୧ ଏପ୍ରିଲରୁ ବିକ୍ରି ହେବ କେବଳ ଇଥାନଲ୍ ଯୁକ୍ତ ପେଟ୍ରୋଲ
    ଦେଶ-ଦେଶାନ୍ତର

    ୧ ଏପ୍ରିଲରୁ ବିକ୍ରି ହେବ କେବଳ ଇଥାନଲ୍ ଯୁକ୍ତ ପେଟ୍ରୋଲ

    14563
    Feb 26, 2026
  • ହେଲିକପ୍ଟର ପ୍ରଚଣ୍ଡ ଉଡ଼ାଇ ଇତିହାସ ରଚିଲେ ରାଷ୍ଟ୍ରପତି
    ଦେଶ-ଦେଶାନ୍ତର

    ହେଲିକପ୍ଟର ପ୍ରଚଣ୍ଡ ଉଡ଼ାଇ ଇତିହାସ ରଚିଲେ ରାଷ୍ଟ୍ରପତି

    13684
    Feb 27, 2026
  • ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ୨୧ ମୃତ
    ଦେଶ-ଦେଶାନ୍ତର

    ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ୨୧ ମୃତ

    13624
    Feb 28, 2026
  • ନିଶ୍ଚିତ ଭାବରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ହେବେ ସୁପରଷ୍ଟାର ଥାଲାପତି ବିଜୟ !
    ଦେଶ-ଦେଶାନ୍ତର

    ନିଶ୍ଚିତ ଭାବରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ହେବେ ସୁପରଷ୍ଟାର ଥାଲାପତି ବିଜୟ !

    15512
    Feb 28, 2026
  • କୋଲକାତାରେ ଶକ୍ତିଶାଳୀ ଭୂକମ୍ପ
    ଦେଶ-ଦେଶାନ୍ତର

    କୋଲକାତାରେ ଶକ୍ତିଶାଳୀ ଭୂକମ୍ପ

    14795
    Feb 27, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଖାଇବାକୁ ଦେବା ପରେ ବାପାଙ୍କୁ ଜୀବନ୍ତ ଜାଳିଦେଲା ପୁଅ

    14015
    Feb 26, 2026
  • ଦେଶ-ଦେଶାନ୍ତର

    କୋଲକାତାରେ ଶକ୍ତିଶାଳୀ ଭୂକମ୍ପ

    14795
    Feb 27, 2026
  • ବିଶେଷ

    ଖାଲି ପେଟରେ ଉଷୁମ ପାଣି ପିଇଲେ ମିଳେ ଏହିସବୁ ଲାଭ

    14187
    Feb 27, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17355
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17424
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17770
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16243
    Apr 03, 2021

ବିଶେଷ

  • ଅଜୀର୍ଣ୍ଣ ସମସ୍ୟାର ସମ୍ମୁଖୀନ ହେଉଥିଲେ ଆପଣାନ୍ତୁ ଏହି ଉପାୟ....

    14287
    Feb 28, 2026
  • ଖାଲି ପେଟରେ ଉଷୁମ ପାଣି ପିଇଲେ ମିଳେ ଏହିସବୁ ଲାଭ

    14187
    Feb 27, 2026
  • ବାସି ଭାତ ଖାଇଲେ ମିଳିଥାଏ ଏହିସବୁ ପ୍ରୋଟିନ୍

    14255
    Feb 26, 2026
  • ନିଜର ଓଜନକୁ ରଖନ୍ତୁ ସନ୍ତୁଳିତ, ଆଜ୍‌ମା ସମସ୍ୟାଠାରୁ ରୁହନ୍ତୁ ଦୂରେଇ

    15414
    Feb 25, 2026
  • ନାକରୁ ପାଣି ବାହାରୁଥିଲେ ଏହା କଲେ ତୁରନ୍ତ ମିଳିବ ଆରାମ୍

    15927
    Feb 23, 2026

ବାଣିଜ୍ୟ

ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

ଭୁବନେଶ୍ୱର: ଖିମଜୀ ଜୁଏଲର୍ସ ପକ୍ଷରୁ ନିଜର ନୂଆ ବିବାହ ଅଭିଯାନ ‘ନିଭାୟେଙ୍ଗେ ଅଲଓ୍ୱେଜ୍’ ଉନ୍ମୋଚନ କରାଯାଇଛି। ଏହା ହେଉଛି ବିବାହର ଚିରସ୍ଥାୟୀ ପ୍ରତିଶ୍ରୁତି ପ୍ରତି ଏକ ହୃଦୟସ୍ପର୍ଶୀ ସମ୍ମାନ। ଏହା କ ...

  • ୧ ଏପ୍ରିଲରୁ ନୂତନ ଆୟକର ଆଇନ

    15121
    Feb 09, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14972
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14485
    Feb 01, 2026
  • ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

    16101
    Jan 28, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ୨୧ ମୃତ

    13624
    Feb 28, 2026
  • ହେଲିକପ୍ଟର ପ୍ରଚଣ୍ଡ ଉଡ଼ାଇ ଇତିହାସ ରଚିଲେ ରାଷ୍ଟ୍ରପତି

    13684
    Feb 27, 2026
  • ୧ ଏପ୍ରିଲରୁ ବିକ୍ରି ହେବ କେବଳ ଇଥାନଲ୍ ଯୁକ୍ତ ପେଟ୍ରୋଲ

    14563
    Feb 26, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In