Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, March 01, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଡିଏମ୍‌କେରେ ଯୋଗଦେଲେ ପନିରସେଲଭମ୍

  • ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ୨୧ ମୃତ

  • ନିଶ୍ଚିତ ଭାବରେ ତାମିଲନାଡୁର ...

  • ଅଜୀର୍ଣ୍ଣ ସମସ୍ୟାର ସମ୍ମୁଖୀନ ହେଉଥିଲେ ...

  • ଭାବବିହ୍ୱଳ ହୋଇ କାନ୍ଦି ପକାଇଲେ କେଜରିୱାଲ

  • କୋଲକାତାରେ ଶକ୍ତିଶାଳୀ ଭୂକମ୍ପ

  • ହେଲିକପ୍ଟର ପ୍ରଚଣ୍ଡ ଉଡ଼ାଇ ଇତିହାସ ...

  • ଖାଲି ପେଟରେ ଉଷୁମ ପାଣି ପିଇଲେ ମିଳେ ...

  • ୧ ଏପ୍ରିଲରୁ ବିକ୍ରି ହେବ କେବଳ ଇଥାନଲ୍ ...

  • ଖାଇବାକୁ ଦେବା ପରେ ବାପାଙ୍କୁ ଜୀବନ୍ତ ...

Home ›› ››ଦେଶରେ ବଡ଼ ରେଳ ଦୁର୍ଘଟଣାକୁ ଏଡ଼ାଇବାକୁ ପ୍ୟାନେଲ ଡାଇରେକ୍ଟ ଡ୍ରାଇଭ୍‌ ବ୍ୟବସ୍ଥା ଆରମ୍ଭ କରାଯାଇଛି :ଅଶ୍ୱିନୀ ବୈଷ୍ଣବ

ଦେଶରେ ବଡ଼ ରେଳ ଦୁର୍ଘଟଣାକୁ ଏଡ଼ାଇବାକୁ ପ୍ୟାନେଲ ଡାଇରେକ୍ଟ ଡ୍ରାଇଭ୍‌ ବ୍ୟବସ୍ଥା ଆରମ୍ଭ କରାଯାଇଛି :ଅଶ୍ୱିନୀ ବୈଷ୍ଣବ

2024-09-18 06:38:28
14002
Share:
Facebook
Twitter
E-Mail
WhatsApp
Telegram
ଦେଶରେ ବଡ଼ ରେଳ ଦୁର୍ଘଟଣାକୁ ଏଡ଼ାଇବାକୁ ପ୍ୟାନେଲ ଡାଇରେକ୍ଟ ଡ୍ରାଇଭ୍‌ ବ୍ୟବସ୍ଥା ଆରମ୍ଭ କରାଯାଇଛି :ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳି ସରକାରକୁ ଶହେ ଦିନ ପୂରିଲା । ଶହେ ଦିନର ବିଜେପି ସରକାର ଦେଶ ଓ ରାଜ୍ୟରେ କେତେ କାମ କରିଛି ତା’ର ହିସାବ ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏହି ଅବସରରେ ଶ୍ରୀ ବୈଷ୍ଣବ କହିଛନ୍ତି, ୟୁପିଏ ସରକାର ତୁଳନାରେ ମୋଦି ସରକାରରେ ପ୍ରତି କ୍ଷେତ୍ରରେ ଓଡ଼ିଶାକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏବେ ରାଜ୍ୟରେ ୮୫ ହଜାର କୋଟିର ରେଳ ପ୍ରକଳ୍ପ କାମ ଚାଲିଛି । ୨୫ ହଜାର କୋଟିର ନୂଆ କାମକୁ ମଞ୍ଜୁରୀ ମିଳିଛି । ଆଗାମୀ ଦିନରେ ଦେଶରେ ବାହାନଗା ଭଳି ବଡ଼ ରେଳ ଦୁର୍ଘଟଣାକୁ ଏଡ଼ାଇବାକୁ ପ୍ୟାନେଲ ଡାଇରେକ୍ଟ ଡ୍ରାଇଭ୍‌ ବ୍ୟବସ୍ଥା ଆରମ୍ଭ କରାଯାଇଛି । ଏହା ସହିତ ଆସନ୍ତା ୬ ବର୍ଷରେ ସାରା ଦେଶରେ କବଚ ସିଷ୍ଟମ କାମ ସରିବ ବୋଲି ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି । ଅଶ୍ୱିନୀ କହିଛନ୍ତି, ୟୁପିଏ ସରକାର ତୁଳନାରେ ମୋଦିଙ୍କ ସମୟରେ ରେଳ କ୍ଷେତ୍ରରେ ଓଡ଼ିଶାର ଯଥେଷ୍ଟ ଅବଦାନ ବଢିଛି । ଗତ ତିନିବର୍ଷ ହେବ ଲଗାତାର ୧୦ ହଜାର କୋଟିରୁ ଅଧିକ ଅର୍ଥ ରେଳ ବଜେଟରେ ଦିଆଯାଇଛି । ହ୍ୱାଟସ୍‌ଆପରେ ଯାହା ମେସେଜ୍‌ ଆସୁଛି, ତାହାକୁ ଫରୱାର୍ଡ ନ କରିବାକୁ ଅଶ୍ୱିନୀ ପରାମର୍ଶ ଦେଇଛନ୍ତି । ଖବରର ସତ୍ୟତା ଯାଞ୍ଚ କରିବା ପରେ ଅନ୍ୟଙ୍କୁ ପଠାନ୍ତୁ । ଆଗାମୀ ଦିନରେ ମିଥ୍ୟା ଖବର ବା ଫେକ୍‌ ମେସେଜ୍‌ ରୋକିବାକୁ ପଦକ୍ଷେପ ନିଆଯିବ । ଆଗକୁ ଏ ନେଇ କଡ଼ାକଡ଼ି ନିୟମ ଆସିବ ବୋଲି ସେ ଚେତାବନୀ ଦେଇଛନ୍ତି । ଗତ ୧୦୦ ଦିନରେ ଭାରତକୁ ବିକଶିତ କରିବା ଲାଗି ଅନେକ କାମ ହୋଇଛି । ସମାଜର ଶେଷ ବର୍ଗରେ ଥିବା ଲୋକଙ୍କ ଲାଗି ସେବା ଭାବନା ରଖି କାମ କରାଯାଉଛି । ୧୫ ଲକ୍ଷ କୋଟିର କାମ ଆରମ୍ଭ କରାଯାଇଛି । ୩ କୋଟି ପିଏମ୍‌ ଆବାସ ଦିଆଯାଉଛି । ୩ କୋଟି ବୟସ୍କଙ୍କୁ ଆୟୁଷ୍ମାନ ଭାରତରେ ସାମିଲ୍‌ ନିଷ୍ପତ୍ତି ହୋଇଛି । ପୂର୍ବୋଦୟ ବିକାଶ ଯୋଜନାରେ ଓଡ଼ିଶାକୁ ପ୍ରାଥମିକତା ଦିଆଯାଉଛି ବୋଲି ଅଶ୍ୱିନୀ କହିଛନ୍ତି । ଆଗାମୀ ଦିନରେ ବାହାନଗା ଭଳି ରେଳ ଦୁର୍ଘଟଣା କିଭଳି ନହେବ ସେ ନେଇ ବ୍ୟାପକ ପଦକ୍ଷେପ ବାବଦରେ ରେଳମନ୍ତ୍ରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଦୁର୍ଘଟଣା ଏଡ଼ାଇବା ପାଇଁ ନୂଆ ବ୍ୟବସ୍ଥା ଅଣାଯାଇଛି । ପ୍ୟାନେଲ ଡାଇରେକ୍ଟ ଡ୍ରାଇଭ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେଥିରେ ଆଉ ପ୍ୟାନେଲ ରହିବ ନାହିଁ । ତେଣୁ ସେଥିରେ କିଛି ତ୍ରୁଟିବିଚ୍ୟୁତି କରାଯାଇପାରିବନି । ମଧ୍ୟପ୍ରଦେଶ ରତଲାମ୍‌ରେ ଏହି ବ୍ୟବସ୍ଥା ଗ୍ରହଣ କରାଯାଇଛି । ଉପା ସରକାର ବେଳେ ବର୍ଷକୁ ୧୭୧ଟି ରେଳ ଦୁର୍ଘଟଣା ଘଟୁଥିଲା । ଏବେ ଏହା ହ୍ରାସ ପାଇଛି । 
ଗତବର୍ଷ ମାତ୍ର ୪୦ଟି ରେଳ ଦୁର୍ଘଟଣା ଘଟିଛି । ପ୍ରତି ଘଟଣାକୁ ଗମ୍ଭୀରତାର ସହ ନିଆଯାଇ ତଦନ୍ତ କରାଯାଉଛି । କେଉଁ ତ୍ରୁଟି କାରଣରୁ ଦୁର୍ଘଟଣା ଘଟିଲା ତଦନ୍ତ କରାଯାଇ ସୁଧାର ଅଣାଯାଉଛି । ଏଥିସହ ୯୭ ହଜାର ସିଗ୍‌ନାଲ ପ୍ୟାନେଲ ଯାଞ୍ଚ କରାଯାଇଛି । ୨୫ ହଜାର କିମି ରେଳ ଲାଇନ୍‌ ନବୀକରଣ କାର୍ୟ୍ୟ କରାଯାଇଛି । ୧ ଲକ୍ଷ ୮୬ ହଜାର କିମି ଟ୍ରାକ୍‌ ଅଲଟ୍ରାସାଉଣ୍ଡ ଟେଷ୍ଟ କରାଯାଇଛି । ୯୯୦ ରେଳ ସେତୁ ନବୀକରଣ ହୋଇଛି । ୫୩ଶହ ଫଗ୍‌ ସେଫ୍ଟି ଡିଭାଇସ୍‌ ଲାଗିଛି । ରେଳ ଦୁର୍ଘଟଣା ରୋକିବାକୁ କବଚ ସିଷ୍ଟମ୍‌ ଲାଗୁଛି । ଆସନ୍ତା ୬ ବର୍ଷ ଭିତରେ ସାରା ଦେଶରେ କବଚ ସିଷ୍ଟମ ଲଗାଯିବ । କବଚ ଲଗାଇବା ନେଇ ଜୋରଦାର୍‌ ଭାବେ କାମ ଚାଲିଛି । ୯୬ଶହ ଟ୍ରାକ୍‌ରେ କବଚ ଲଗାଇବା ପାଇଁ ଟେଣ୍ଡର ଡକାଯାଇଛି ବୋଲି ରେଳମନ୍ତ୍ରୀ ସୂଚନା ଦେଇଛନ୍ତି ।

Powered by Froala Editor

Tags Aswini vaisnab

Related articles Odisha News Lens 4.1

  • ଭାବବିହ୍ୱଳ ହୋଇ କାନ୍ଦି ପକାଇଲେ କେଜରିୱାଲ
    ଦେଶ-ଦେଶାନ୍ତର

    ଭାବବିହ୍ୱଳ ହୋଇ କାନ୍ଦି ପକାଇଲେ କେଜରିୱାଲ

    15369
    Feb 27, 2026
  • ୧ ଏପ୍ରିଲରୁ ବିକ୍ରି ହେବ କେବଳ ଇଥାନଲ୍ ଯୁକ୍ତ ପେଟ୍ରୋଲ
    ଦେଶ-ଦେଶାନ୍ତର

    ୧ ଏପ୍ରିଲରୁ ବିକ୍ରି ହେବ କେବଳ ଇଥାନଲ୍ ଯୁକ୍ତ ପେଟ୍ରୋଲ

    14576
    Feb 26, 2026
  • ଖାଲି ପେଟରେ ଉଷୁମ ପାଣି ପିଇଲେ ମିଳେ ଏହିସବୁ ଲାଭ
    ବିଶେଷ

    ଖାଲି ପେଟରେ ଉଷୁମ ପାଣି ପିଇଲେ ମିଳେ ଏହିସବୁ ଲାଭ

    14200
    Feb 27, 2026
  • ଅଜୀର୍ଣ୍ଣ ସମସ୍ୟାର ସମ୍ମୁଖୀନ ହେଉଥିଲେ ଆପଣାନ୍ତୁ ଏହି ଉପାୟ....
    ବିଶେଷ

    ଅଜୀର୍ଣ୍ଣ ସମସ୍ୟାର ସମ୍ମୁଖୀନ ହେଉଥିଲେ ଆପଣାନ୍ତୁ ଏହି ଉପାୟ....

    14301
    Feb 28, 2026
  • ନିଶ୍ଚିତ ଭାବରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ହେବେ ସୁପରଷ୍ଟାର ଥାଲାପତି ବିଜୟ !
    ଦେଶ-ଦେଶାନ୍ତର

    ନିଶ୍ଚିତ ଭାବରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ହେବେ ସୁପରଷ୍ଟାର ଥାଲାପତି ବିଜୟ !

    15525
    Feb 28, 2026
  • କୋଲକାତାରେ ଶକ୍ତିଶାଳୀ ଭୂକମ୍ପ
    ଦେଶ-ଦେଶାନ୍ତର

    କୋଲକାତାରେ ଶକ୍ତିଶାଳୀ ଭୂକମ୍ପ

    14810
    Feb 27, 2026
  • ଖାଇବାକୁ ଦେବା ପରେ ବାପାଙ୍କୁ ଜୀବନ୍ତ ଜାଳିଦେଲା ପୁଅ
    ଦେଶ-ଦେଶାନ୍ତର

    ଖାଇବାକୁ ଦେବା ପରେ ବାପାଙ୍କୁ ଜୀବନ୍ତ ଜାଳିଦେଲା ପୁଅ

    14028
    Feb 26, 2026
  • ହେଲିକପ୍ଟର ପ୍ରଚଣ୍ଡ ଉଡ଼ାଇ ଇତିହାସ ରଚିଲେ ରାଷ୍ଟ୍ରପତି
    ଦେଶ-ଦେଶାନ୍ତର

    ହେଲିକପ୍ଟର ପ୍ରଚଣ୍ଡ ଉଡ଼ାଇ ଇତିହାସ ରଚିଲେ ରାଷ୍ଟ୍ରପତି

    13697
    Feb 27, 2026
  • ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ୨୧ ମୃତ
    ଦେଶ-ଦେଶାନ୍ତର

    ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ୨୧ ମୃତ

    13638
    Feb 28, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ଖାଲି ପେଟରେ ଉଷୁମ ପାଣି ପିଇଲେ ମିଳେ ଏହିସବୁ ଲାଭ

    14200
    Feb 27, 2026
  • ଦେଶ-ଦେଶାନ୍ତର

    ହେଲିକପ୍ଟର ପ୍ରଚଣ୍ଡ ଉଡ଼ାଇ ଇତିହାସ ରଚିଲେ ରାଷ୍ଟ୍ରପତି

    13697
    Feb 27, 2026
  • ଦେଶ-ଦେଶାନ୍ତର

    କୋଲକାତାରେ ଶକ୍ତିଶାଳୀ ଭୂକମ୍ପ

    14810
    Feb 27, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17355
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17424
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17770
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16243
    Apr 03, 2021

ବିଶେଷ

  • ଅଜୀର୍ଣ୍ଣ ସମସ୍ୟାର ସମ୍ମୁଖୀନ ହେଉଥିଲେ ଆପଣାନ୍ତୁ ଏହି ଉପାୟ....

    14301
    Feb 28, 2026
  • ଖାଲି ପେଟରେ ଉଷୁମ ପାଣି ପିଇଲେ ମିଳେ ଏହିସବୁ ଲାଭ

    14200
    Feb 27, 2026
  • ବାସି ଭାତ ଖାଇଲେ ମିଳିଥାଏ ଏହିସବୁ ପ୍ରୋଟିନ୍

    14268
    Feb 26, 2026
  • ନିଜର ଓଜନକୁ ରଖନ୍ତୁ ସନ୍ତୁଳିତ, ଆଜ୍‌ମା ସମସ୍ୟାଠାରୁ ରୁହନ୍ତୁ ଦୂରେଇ

    15416
    Feb 25, 2026
  • ନାକରୁ ପାଣି ବାହାରୁଥିଲେ ଏହା କଲେ ତୁରନ୍ତ ମିଳିବ ଆରାମ୍

    15929
    Feb 23, 2026

ବାଣିଜ୍ୟ

ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

ଭୁବନେଶ୍ୱର: ଖିମଜୀ ଜୁଏଲର୍ସ ପକ୍ଷରୁ ନିଜର ନୂଆ ବିବାହ ଅଭିଯାନ ‘ନିଭାୟେଙ୍ଗେ ଅଲଓ୍ୱେଜ୍’ ଉନ୍ମୋଚନ କରାଯାଇଛି। ଏହା ହେଉଛି ବିବାହର ଚିରସ୍ଥାୟୀ ପ୍ରତିଶ୍ରୁତି ପ୍ରତି ଏକ ହୃଦୟସ୍ପର୍ଶୀ ସମ୍ମାନ। ଏହା କ ...

  • ୧ ଏପ୍ରିଲରୁ ନୂତନ ଆୟକର ଆଇନ

    15121
    Feb 09, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14972
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14485
    Feb 01, 2026
  • ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

    16101
    Jan 28, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଭାବବିହ୍ୱଳ ହୋଇ କାନ୍ଦି ପକାଇଲେ କେଜରିୱାଲ

    15369
    Feb 27, 2026
  • ଡିଏମ୍‌କେରେ ଯୋଗଦେଲେ ପନିରସେଲଭମ୍

    14770
    Feb 28, 2026
  • ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ୨୧ ମୃତ

    13638
    Feb 28, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In