Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, February 26, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବାସି ଭାତ ଖାଇଲେ ମିଳିଥାଏ ଏହିସବୁ ...

  • ୮ମ ଶ୍ରେଣୀ ପୁସ୍ତକକୁ ନେଇ ସୁପ୍ରିମକୋର୍ଟ ...

  • ଇସ୍ରାଏଲରେ ପ୍ରଧାନମନ୍ତ୍ରୀ ମୋଦି, ...

  • ବିଜୟ-ରଶ୍ମିକାଙ୍କୁ ଶୁଭେଚ୍ଛା ଜଣେଇଲେ ...

  • ଉଦୟପୁରରେ ପହଞ୍ଚିଲେ ‘ବିରୋଶ’

  • ଦିଲ୍ଲୀର ନାମ ପରିବର୍ତ୍ତନ ପାଇଁ ଦାବି ...

  • ଖୁବ୍ ଶୀଘ୍ର ଆରମ୍ଭ ହେବ ଇ-ବାଇକ୍ ଦିଦି ...

  • ସାକ୍ଷାତକାର କାର୍ଯ୍ୟକ୍ରମ ଅଧାରୁ ଉଠି ...

  • ନିଜର ଓଜନକୁ ରଖନ୍ତୁ ସନ୍ତୁଳିତ, ଆଜ୍‌ମା ...

  • ଘରେ ଘରେ ଡେଲିଭରି କରୁଛି ଏଆଇ ରୋବୋଟ୍

Home ›› ››ବନ୍ଦେ ଭାରତ ଟ୍ରେନ୍‌ ଯୋଗେ ବ୍ରହ୍ମପୁରରୁ ଭୁବନେଶ୍ବର ଆସିଲେ ମୁଖ୍ୟମନ୍ତ୍ରୀ

ବନ୍ଦେ ଭାରତ ଟ୍ରେନ୍‌ ଯୋଗେ ବ୍ରହ୍ମପୁରରୁ ଭୁବନେଶ୍ବର ଆସିଲେ ମୁଖ୍ୟମନ୍ତ୍ରୀ

2024-09-15 15:08:09
15233
Share:
Facebook
Twitter
E-Mail
WhatsApp
Telegram
ବନ୍ଦେ ଭାରତ ଟ୍ରେନ୍‌ ଯୋଗେ ବ୍ରହ୍ମପୁରରୁ ଭୁବନେଶ୍ବର ଆସିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ଆଜି ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଭର୍ଚୁଆଲ ମାଧ୍ୟମରେ ଓଡିଶାରେ ତିନୋଟି ନୂତନ ବନ୍ଦେ ଭାରତ ଟ୍ରେନ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଶୁଭାରମ୍ଭ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବ୍ରହ୍ମପୁର-ଟାଟାନଗର ବନ୍ଦେ ଭାରତ ଏକ୍‌ସପ୍ରେସ୍‌ରେ ବସି ବ୍ରହ୍ମପୁର ନିକଟସ୍ଥ ଜଗନ୍ନାଥପୁର ଷ୍ଟେସନରୁ ଭୁବନେଶ୍ବର ଫେରିଥିଲେ।

ଏହି ଅବସରରେ ଟ୍ରେନ୍‌ରେ ଉପସ୍ଥିତ ଥିବା ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ନିଜର ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜିଠାରୁ ଓଡିଶାରେ ରେଳ ବିକାଶର ସୁବର୍ଣ୍ଣ ଯୁଗ ଆରମ୍ଭ ହେଲା ।

ଓଡିଶାରେ ରେଳ ଭିତ୍ତିଭୂମିର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଏବଂ ରେଳମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଓଡିଶାବାସୀଙ୍କ ପକ୍ଷରୁ କୃତଜ୍ଞତା ପ୍ରକାଶ କରିଥିଲେ । ସେ କହିଥିଲେ ଯେ ବର୍ତ୍ତମାନ ଓଡିଶାର ଗୋଟିଏ ଦୁଇଟି ଜିଲ୍ଲାକୁ ବାଦ୍‌ ଦେଇ ଅନ୍ୟ ସମସ୍ତ ଜିଲ୍ଲାକୁ ରେଳ ସଂଯୋଗ ହୋଇଛି । ଖୁବ ଶୀଘ୍ର ରାଜ୍ୟର ସବୁ ଜିଲ୍ଲା ସଦର ମହକୁମାକୁ ରେଳ ସଂଯୋଗ କରାଯିବ ଏବଂ ଆଗାମୀ ଦିନରେ ସବ୍‌ଡିଭିଜନ ସ୍ତର ପର୍ଯ୍ୟନ୍ତ ରେଳ ସଂଯୋଗୀକରଣ ପାଇଁ ଲକ୍ଷ୍ୟ ରଖାଯାଇଛି ।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ ଦିଲ୍ଲୀ ଗସ୍ତ ସମୟରେ ସେ କେନ୍ଦ୍ର ରେଳମନ୍ତ୍ରୀଙ୍କ ସହିତ ଓଡିଶାରେ ରେଳ ବିକାଶ ସଂପର୍କରେ ଆଲୋଚନା କରିଥିଲେ । ରେଳମନ୍ତ୍ରୀ କହିଥିଲେ ଯେ ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ବାଧୀନ କେନ୍ଦ୍ର ସରକାର ଓଡିଶାରେ ରେଳ ବିକାଶ ପାଇଁ ସମସ୍ତ ସହଯୋଗ ଜାରି ରଖିବେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୧୪ ମସିହାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡିଶାରେ ରେଳ ବିକାଶ ପାଇଁ ସମସ୍ତ ସହଯୋଗ ଯୋଗାଇ ଦିଆଯାଉଛି। ଓଡିଶାରେ ରେଳ ଭିତ୍ତିଭୂମି ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟାରେ ପୂର୍ବ ସରକାରଙ୍କ ସମୟରେ ବିଶେଷ ସହଯୋଗ ମିଳୁ ନ ଥିଲା। ବର୍ତ୍ତମାନ ଯେହେତୁ ଓଡିଶାରେ ଡବଲ ଇଞ୍ଜିନ ସରକାର ଚାଲିଛି, ତେଣୁ ରେଳ ବିକାଶ ପାଇଁ ଉପୁଜୁଥିବା ସମସ୍ତ ପ୍ରତିବନ୍ଧକକୁ ହଟାଯାଇ ରେଳ ବିକାଶ ପ୍ରକ୍ରିୟା ଆହୁରି ତ୍ବରାନ୍ବିତ ହେବ ।

ଓଡିଶାରେ ରେଳ ବିକାଶ ହେଲେ ରାଜ୍ୟର ପର୍ଯ୍ୟଟନ, ବାଣିଜ୍ୟ ଓ ଅନ୍ୟାନ୍ୟ କ୍ଷେତ୍ରରେ ଉନ୍ନତି ଆସିବା ସହିତ ଆମର ଅର୍ଥନୀତି ସୁଦୃଢ ହେବ ବୋଲି ଶ୍ରୀ ମାଝୀ ଗଣମାଧ୍ୟମକୁ କହିଥିଲେ ।

ମୁଖ୍ୟମନ୍ତ୍ରୀ ରେଳ ଯୋଗେ ଆସିବା ସମୟରେ ଚିଲିକାର ମନୋରମ ଦୃଶ୍ୟ ଦେଖି ଅଭିଭୂତ ହୋଇଥିଲେ । ବନ୍ଦେ ଭାରତ ଟ୍ରେନ୍‌ରେ ଆସୁଥିବା ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ସହ ବାର୍ତ୍ତାଳାପ କରି ଏହି ଅତ୍ୟାଧୁନିକ ବନ୍ଦେ ଭାରତ ଟ୍ରେନ୍‌ ସଂପର୍କରେ ବୁଝାଇଥିଲେ ଏବଂ କହିଥିଲେ ଯେ ତୁମ ମାନଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ଆଜି ଓଡିଶାରେ ବ୍ୟାପକ ସମ୍ଭାବନା ସୃଷ୍ଟି ହୋଇଛି। ତୁମ ମାନଙ୍କ ପାଇଁ ସବୁ କ୍ଷେତ୍ରରେ ଅତ୍ୟାଧୁନିକ ସୁବିଧା ସୁଯୋଗ ସୃଷ୍ଟି କରାଯାଉଛି । ଏହି ଟ୍ରେନ୍‌ରେ ଥିବା ଅନ୍ୟ ଯାତ୍ରୀ ମାନଙ୍କ ସହିତ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସହିତ ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା, ମତ୍ସ୍ୟ ଓ ପଶୁସଂପଦ ବିକାଶ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ଟ୍ରେନ୍‌ ଯୋଗେ ଭୁବନେଶ୍ବର ଫେରିଥିଲେ । ବାଲୁଗାଁ ଷ୍ଟେସନଠାରେ ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ବୀରାଜ ହରିଚନ୍ଦନ ଓ ସାଂସଦ ଶ୍ରୀ ସଂବିଦ ପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଖୋର୍ଦ୍ଧା ରୋଡ ଷ୍ଟେସନରୁ ମୁଖ୍ୟମନ୍ତ୍ରୀଙ୍କ ସହିତ ଆସିଥିଲେ।

Powered by Froala Editor

Tags Chief Minister Mohan Charan Majhi

Related articles Odisha News Lens 4.1

  • ଉଦୟପୁରରେ ପହଞ୍ଚିଲେ ‘ବିରୋଶ’
    ମନୋରଞ୍ଜନ

    ଉଦୟପୁରରେ ପହଞ୍ଚିଲେ ‘ବିରୋଶ’

    15029
    Feb 25, 2026
  • ବାସି ଭାତ ଖାଇଲେ ମିଳିଥାଏ ଏହିସବୁ ପ୍ରୋଟିନ୍
    ବିଶେଷ

    ବାସି ଭାତ ଖାଇଲେ ମିଳିଥାଏ ଏହିସବୁ ପ୍ରୋଟିନ୍

    13683
    Feb 26, 2026
  • ଦିଲ୍ଲୀର ନାମ ପରିବର୍ତ୍ତନ ପାଇଁ ଦାବି ରଖିଲେ ସାଂସଦ
    ଦେଶ-ଦେଶାନ୍ତର

    ଦିଲ୍ଲୀର ନାମ ପରିବର୍ତ୍ତନ ପାଇଁ ଦାବି ରଖିଲେ ସାଂସଦ

    14803
    Feb 25, 2026
  • ୮ମ ଶ୍ରେଣୀ ପୁସ୍ତକକୁ ନେଇ ସୁପ୍ରିମକୋର୍ଟ ଖପ୍ପା
    ଦେଶ-ଦେଶାନ୍ତର

    ୮ମ ଶ୍ରେଣୀ ପୁସ୍ତକକୁ ନେଇ ସୁପ୍ରିମକୋର୍ଟ ଖପ୍ପା

    14148
    Feb 25, 2026
  • ଘରେ ଘରେ ଡେଲିଭରି କରୁଛି ଏଆଇ ରୋବୋଟ୍
    ଦେଶ-ଦେଶାନ୍ତର

    ଘରେ ଘରେ ଡେଲିଭରି କରୁଛି ଏଆଇ ରୋବୋଟ୍

    15735
    Feb 24, 2026
  • ଖୁବ୍ ଶୀଘ୍ର ଆରମ୍ଭ ହେବ ଇ-ବାଇକ୍ ଦିଦି ଯୋଜନା, ରହିଛି ଏହିସବୁ ସୁବିଧା
    ଦେଶ-ଦେଶାନ୍ତର

    ଖୁବ୍ ଶୀଘ୍ର ଆରମ୍ଭ ହେବ ଇ-ବାଇକ୍ ଦିଦି ଯୋଜନା, ରହିଛି ଏହିସବୁ ସୁବିଧା

    14940
    Feb 25, 2026
  • ନିଜର ଓଜନକୁ ରଖନ୍ତୁ ସନ୍ତୁଳିତ, ଆଜ୍‌ମା ସମସ୍ୟାଠାରୁ ରୁହନ୍ତୁ ଦୂରେଇ
    ବିଶେଷ

    ନିଜର ଓଜନକୁ ରଖନ୍ତୁ ସନ୍ତୁଳିତ, ଆଜ୍‌ମା ସମସ୍ୟାଠାରୁ ରୁହନ୍ତୁ ଦୂରେଇ

    14994
    Feb 25, 2026
  • ସାକ୍ଷାତକାର କାର୍ଯ୍ୟକ୍ରମ ଅଧାରୁ ଉଠି ଆସିଲେ ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ
    ଦେଶ-ଦେଶାନ୍ତର

    ସାକ୍ଷାତକାର କାର୍ଯ୍ୟକ୍ରମ ଅଧାରୁ ଉଠି ଆସିଲେ ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ

    15137
    Feb 25, 2026
  • ଇସ୍ରାଏଲରେ ପ୍ରଧାନମନ୍ତ୍ରୀ ମୋଦି, “ପ୍ରିୟ ବନ୍ଧୁ” ବୋଲି ଅଭିହିତ କଲେ ନେତାନ୍ୟାହୁ
    ଦେଶ-ଦେଶାନ୍ତର

    ଇସ୍ରାଏଲରେ ପ୍ରଧାନମନ୍ତ୍ରୀ ମୋଦି, “ପ୍ରିୟ ବନ୍ଧୁ” ବୋଲି ଅଭିହିତ କଲେ ନେତାନ୍ୟାହୁ

    14956
    Feb 25, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ବାସି ଭାତ ଖାଇଲେ ମିଳିଥାଏ ଏହିସବୁ ପ୍ରୋଟିନ୍

    13683
    Feb 26, 2026
  • ଦେଶ-ଦେଶାନ୍ତର

    ଖୁବ୍ ଶୀଘ୍ର ଆରମ୍ଭ ହେବ ଇ-ବାଇକ୍ ଦିଦି ଯୋଜନା, ରହିଛି ଏହିସବୁ ସୁବିଧା

    14940
    Feb 25, 2026
  • ଦେଶ-ଦେଶାନ୍ତର

    ଇସ୍ରାଏଲରେ ପ୍ରଧାନମନ୍ତ୍ରୀ ମୋଦି, “ପ୍ରିୟ ବନ୍ଧୁ” ବୋଲି ଅଭିହିତ କଲେ ନେତାନ୍ୟାହୁ

    14956
    Feb 25, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17353
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17423
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17768
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16242
    Apr 03, 2021

ବିଶେଷ

  • ବାସି ଭାତ ଖାଇଲେ ମିଳିଥାଏ ଏହିସବୁ ପ୍ରୋଟିନ୍

    13683
    Feb 26, 2026
  • ନିଜର ଓଜନକୁ ରଖନ୍ତୁ ସନ୍ତୁଳିତ, ଆଜ୍‌ମା ସମସ୍ୟାଠାରୁ ରୁହନ୍ତୁ ଦୂରେଇ

    14994
    Feb 25, 2026
  • ନାକରୁ ପାଣି ବାହାରୁଥିଲେ ଏହା କଲେ ତୁରନ୍ତ ମିଳିବ ଆରାମ୍

    15852
    Feb 23, 2026
  • ହୃଦୟ ପାଇଁ ବହୁତ ଲାଭଦାୟକ ରସୁଣ

    16146
    Feb 21, 2026
  • ସପ୍ତାହରେ ତିନିରୁ ଚାରି ଥର ଚା ପିଇଲେ କମ ହୋଇଥାଏ ହୃଦରୋଗ ଆଶଙ୍କା

    14545
    Feb 20, 2026

ବାଣିଜ୍ୟ

ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

ଭୁବନେଶ୍ୱର: ଖିମଜୀ ଜୁଏଲର୍ସ ପକ୍ଷରୁ ନିଜର ନୂଆ ବିବାହ ଅଭିଯାନ ‘ନିଭାୟେଙ୍ଗେ ଅଲଓ୍ୱେଜ୍’ ଉନ୍ମୋଚନ କରାଯାଇଛି। ଏହା ହେଉଛି ବିବାହର ଚିରସ୍ଥାୟୀ ପ୍ରତିଶ୍ରୁତି ପ୍ରତି ଏକ ହୃଦୟସ୍ପର୍ଶୀ ସମ୍ମାନ। ଏହା କ ...

  • ୧ ଏପ୍ରିଲରୁ ନୂତନ ଆୟକର ଆଇନ

    15118
    Feb 09, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14969
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14482
    Feb 01, 2026
  • ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

    16093
    Jan 28, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଇସ୍ରାଏଲରେ ପ୍ରଧାନମନ୍ତ୍ରୀ ମୋଦି, “ପ୍ରିୟ ବନ୍ଧୁ” ବୋଲି ଅଭିହିତ କଲେ ନେତାନ୍ୟାହୁ

    14956
    Feb 25, 2026
  • ସାକ୍ଷାତକାର କାର୍ଯ୍ୟକ୍ରମ ଅଧାରୁ ଉଠି ଆସିଲେ ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ

    15137
    Feb 25, 2026
  • ଦିଲ୍ଲୀର ନାମ ପରିବର୍ତ୍ତନ ପାଇଁ ଦାବି ରଖିଲେ ସାଂସଦ

    14803
    Feb 25, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In