ହୋଟେଲରେ ନିଜକୁ ନିଆଁ ଲଗାଇଦେଲେ ଯୁବତୀ
ରାଉରକେଲାର ଏକ ହୋଟେଲରେ ଜଣେ ଯୁବତୀ ଆତ୍ମହତ୍ୟା ଉଦ୍ୟମ କରିଥିବା ଖବର ମିଳିଛି । ପ୍ରେମିକ ସହ କଳି ପରେ ଯୁବତୀ ଜଣକ ଏଭଳି କାଣ୍ଡ ଭିଆଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ଛେଣ୍ଡ ଥାନା ଅନ୍ତର୍ଗତ ବନପୋଷର ଅଜୟ ସ ପ୍ରାୟ ୩ ବର୍ଷ ତଳେ ପ୍ଲାଣ୍ଟସାଇଟ୍ ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ପ୍ରେମରେ ପଡିଯାଇଥିଲେ । ବୁଧବାର ସକାଳେ ଅଜୟ ଏବଂ ଯୁବତୀ ହୋଟେଲ ମହାରାଜାକୁ ଯାଇଥିଲେ । କିଛି ସମୟ ପରେ ଅଜୟ କିଛି ଜିନିଷ କିଣିବାକୁ ବାହାରକୁ ଆସିଥିଲେ ।
ସେହି ସମୟ ଭିତରେ ଯୁବତୀ ଜଣକ କିରାସିନି ଢାଳି ହୋଇ ଦେହରେ ନିଆଁ ଲଗାଇ ଦେଇଥିଲେ । ଏହାପରେ ଛଟପଟ ହୋଇ ରୁମ୍ର କବାଟ ଖୋଲି ବାହାରକୁ ଚାଲି ଆସିଥିଲେ । ଅଜୟ ହୋଟେଲରେ ପହଞ୍ôଚବା ବେଳକୁ ପ୍ରେମିକା ଜଳୁଥିବା ଦେଖି କାବା ହୋଇଯାଇଥିଲେ । ହୋଟେଲ କର୍ମଚାରୀଙ୍କ ସହାୟତାରେ ତାଙ୍କୁ ଆରଜିଏଚ୍ରେ ଭର୍ତ୍ତି କରିଥିଲେ । ଯୁବତୀ ଜଣକ ଚିକିତ୍ସାଧୀନ ଅଛନ୍ତି । ତାଙ୍କ ଶରୀରର ପ୍ରାୟ ୬୦ ପ୍ରତିଶତ ଜଳିଯାଇଛି । ପ୍ରେମିକଙ୍କ ସହ ମନୋମାଳିନ୍ୟରୁ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା କୁହାଯାଉଛି ।
ତେବେ ହୋଟେଲ୍ ରୁମ୍କୁ କିରାସିନି କେଉଁଠୁ ଆସିଲା, ଯୁବତୀ ଜଣକ ଆତ୍ମାହୁତି ଉଦ୍ୟମ କାହିଁକି କଲେ ଏହାର କାରଣ ଅସ୍ପଷ୍ଟ ଅଛି । ଅଜୟଙ୍କୁ ଅଟକ ରଖାଯାଇଛି । ପୁଲିସ ଜେରା କରିବା ପରେ କାରଣ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି ।
Powered by Froala Editor