ଜୀବନ୍ତ ଅଭିନୟରେ ରାଗିଗଲେ ଦର୍ଶକ, ଭିଲେନ୍ଙ୍କୁ ମାରିଲେ ଗୋଇଠା
ଜୀବନ୍ତ ଅଭିନୟ କରୁ କରୁ ଲୋକଙ୍କ ଆକ୍ରୋଶର ଶିକାର ହେଲେ ଜଣେ କଳାକାର । ଧର୍ମାନ୍ତରୀକରଣର ଅଭିନୟରେ କଳାକାର ଜଣକ ଅନ୍ୟ ଜଣଙ୍କ ଧର୍ମ ପରିବର୍ତ୍ତନ କରୁଥାନ୍ତି । ତାଙ୍କୁ ଗୋ-ମାଂସ ଖାଇବାକୁ ବାଧ୍ୟ କରୁଥାନ୍ତି । ଏତିକି ବେଳେ ଜଣେ ଦେଖଣାହାରୀ କଳାକାରଙ୍କୁ ଆକ୍ରମଣ କରିଛନ୍ତି । ଗୋଇଠା ପରେ ମୁଥ ମାଡରେ କଳାକାର ଜଣକ ଗୁରୁତର ହୋଇପଡିଛନ୍ତି ।
ଏଭଳି ଘଟଣା ଘଟିଛି ସମ୍ବଲପୁର ଉପକଣ୍ଠ ନକ୍ସାପାଲିର ଯାତ୍ରା ମଞ୍ଚରେ । ନକ୍ସାପାଲିରେ ସ୍ୱର୍ଣ୍ଣମହଲ ଯାତ୍ରାପାର୍ଟିର ‘ସ୍ୱାମୀ ପାଇଁ ପଛେ ନର୍କକୁ ଯିବି’ ନାଟକ ପରିବେଷଣ କରାଯାଉଥିଲା । ଏଥିରେ ଧର୍ମ ପରିବର୍ତ୍ତନକୁ ନେଇ ଗୋଟିଏ ଦୃଶ୍ୟ ରହିଥିଲା । ଖଳନାୟକରେ ଅଭିନୟ କରୁଥିବା ନବ ଘୋଷଙ୍କ ଅଭିନୟ ଏତେ ଜୀବନ୍ତ ଥିଲା ଯେ, ଲୋକ ପ୍ରବଳ ହ;ଗୋଳ କରିବା ସହ ପାଣି ବୋତଲ ଷ୍ଟେଜ୍ ଉପରକୁ ଫିଙ୍ଗିଥିଲେ ।
ହେଲେ ଗୋମାଂସ ଖାଇବାକୁ ବାଧ୍ୟ କରିବା ଦୃଶ୍ୟରେ ଜଣେ ଦର୍ଶକ ଉତ୍ତ୍ୟକ୍ତ ହୋଇ ଆକ୍ରମଣ କରିଥିଲେ । ଷ୍ଟେଜ୍ ଉପରେ ଚଢ଼ି ଭିଲିଆନଙ୍କୁ ଆକ୍ରମଣ କରିଥିଲେ । ଗୋଇଠା ମାରିବା ସହ ମୁହଁକୁ ମୁଥ ମାରିଥିଲେ । ଯାତ୍ରା କମିଟି ସଦସ୍ୟ ତୁରନ୍ତ ଆକ୍ରମଣକାରୀକୁ କାବୁ କରିଥିଲେ । ଆକ୍ରମଣକାରୀଙ୍କୁ ମଧ୍ୟ ପାଲଟା ଆକ୍ରମଣ ହୋଇଥିଲା । ବୁଝାସୁଝା କରିବା ପରେ ପୁଣି ଥରେ ନାଟକ ଆରମ୍ଭ ହୋଇଥିଲା ।
ପରେ ଆକ୍ରମଣକାରୀ ଓ ଅଭିନେତାଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଛି । ଅଭିନୟରେ ମଗ୍ନହୋଇ ଆକ୍ରମଣ କରିଥିବା ଆକ୍ରମଣକାରୀ କହିଥିଲେ । ହେଲେ ଏହାକୁ ନିଜର ପ୍ରଶଂସା ଭାବେ ଗ୍ରହଣ କରିଛନ୍ତି ଅଭିନେତା ନବ ଘୋଷ ।
Powered by Froala Editor