ତୃତୀୟ ମହଲାରୁ ଡେଇଁ ଆତ୍ମହତ୍ୟା କଲେ ମଲାଇକାଙ୍କ ବାପା
ଅଭିନେତ୍ରୀ ମଲାଇକା ଆରୋରାଙ୍କ ବାପା ଅନିଲ ଆରୋରା ଆତ୍ମହତ୍ୟା କରିଛନ୍ତି। କୁହାଯାଉଛି ଯେ ମଲାଇକାଙ୍କ ବାପା ବାନ୍ଦ୍ରାସ୍ଥିତ ତାଙ୍କ ଘରର ତୃତୀୟ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଘଟଣା ପରେ ପୁଲିସ୍ ପହଞ୍ଚି ଯାଞ୍ଚ କରିବା ସହ ସିସିଟିଭି ଫୁଟେଜ୍ର ଖୋଳତାଡ଼ କରୁଛି। ସେ ଆତ୍ମହତ୍ୟା କରିଛନ୍ତି ନା ଏହା ପଛରେ ଆଉ କିଛି କାରଣ ରହିଛି ତାକୁ ନେଇ ତଦନ୍ତ କରାଯାଉଛି।
ବର୍ତ୍ତମାନ ଅଭିନେତାଙ୍କ ବାପାଙ୍କ ମୃତଦେହ ବାବା ଡାକ୍ତରଖାନାରେ ରଖାଯାଇଛି। ଏହି ଘଟଣା ବୁଧବାର ସକାଳ ୯ଟାରେ ଘଟିଥିବା ଜଣାପଡିଛି। ଏହି ଘଟଣା ସମୟରେ ମଲାଇକା ପୁଣେରେ ଥିଲେ। ନିଜ ପିତାଙ୍କ ଦୁଃଖଦ ମୃତ୍ୟୁ ସମ୍ପର୍କରେ ସୂଚନା ପାଇ ସେ ମୁମ୍ବାଇ ଆସିଥିବା ଜଣାପଡ଼ିଛି।
ଏହି କଷ୍ଟ ସମୟରେ ମଲାଇକାଙ୍କ ପୂର୍ବତନ ସ୍ବାମୀ ଅରବାଜ ଖାନ ମଧ୍ୟ ତାଙ୍କ ଘରେ ପହଞ୍ଚିଛନ୍ତି । ଅରବାଜଙ୍କୁ ମଲାଇକାଙ୍କ ଘର ବାହାରେ ପୁଲିସ୍ ସହ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଛି।
ପୁଲିସ୍ ଲିସର ସୂଚନାନୁସାରେ, ମଲାଇକାଙ୍କ ବାପା ଷଷ୍ଠ ମହଲା ଗ୍ୟାଲେରୀରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ବାନ୍ଦ୍ରା ପୁଲିସ୍ ଏବଂ କ୍ରାଇମବ୍ରାଞ୍ଚ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବର୍ତ୍ତମାନ ସୁଦ୍ଧା ପୁଲିସ୍ ଘଟଣାସ୍ଥଳରୁ କୌଣସି ସୂଚନା ପାଇନାହିଁ।
Powered by Froala Editor