ନୂଆପଡ଼ା ଏମଭିଆଇଙ୍କୁ ଗିରଫ କଲା ଭିଜିଲାନ୍ସ
ଭୁବନେଶ୍ୱର: ନୂଆପଡ଼ା ମୋଟର ଯାନ ନିରୀକ୍ଷକ (ଏମଭିଆଇ) ବିଜୟ କୁମାର ବେହୁରିଆଙ୍କୁ ରବିବାର ଗିରଫ କଲା ଭିଜିଲାନ୍ସ ବିଭାଗ। ଗତକାଲି ୧ ଲକ୍ଷ ୩୨ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ।
ବେହୁରିଆ ବେଆଇନ ଭାବେ ଅର୍ଥ ଆଦାୟ କରି ଭୁବନେଶ୍ଵର ଯାଉଥିବାବେଳେ ଶନିବାର ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ଅଧିକାରୀମାନେ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟଠାରେ ତାଙ୍କୁ ଧରିଥିଲେ। ତାଙ୍କଠାରୁ ଉକ୍ତ ଅର୍ଥ ଜବତ କରାଯାଇଥିଲା। ସେହି ଅର୍ଥ ସମ୍ପର୍କରେ ବେହୁରିଆ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ। ଏହା ପରେ ଅଧିକାରୀମାନେ ଭିଜିଲାନ୍ସ କାର୍ୟ୍ୟାଳୟକୁ ନେଇ ଅଟକ ରଖିଥିଲେ। ଏହା ପରେ ବେହୁରିଆଙ୍କ ୫ଟି ଠିକଣାରେ ଚଢ଼ାଉ କରାଯାଇଥିଲା। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯିବା ସହିତ ତାଙ୍କୁ ଗିରଫ କରାଯାଇଛି।
Powered by Froala Editor