ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦର

ନୂଆଦିଲ୍ଲୀ:ଦେଶରେ ପୁଣି ବଢିଲା ତୈଳ ଦର । ପେଟ୍ରୋଲ-ଡିଜେଲ ଦର ୩୫ ପଇସା ଲେଖାଏଁ ବୃଦ୍ଧି ପାଇଛି । ଫଳରେ ଦେଶର କିଛି ପ୍ରମୁଖ ସହରରେ ୧୦୦ ପାର୍୍ କରିଛି ପେଟ୍ରୋଲ ଦର । ଭୁବନେଶ୍ୱରରେ ପେଟ୍ରୋଲ ଦର ୯୮ଟଙ୍କା ୯୪ ପଇସା ରହିଛି । ବାରମ୍ବାର ଦେଶରେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଯୋଗୁଁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି । ମୁମ୍ବାଇ, ଭୋପାଲ, ପଟନା ଓ ହାଇଦ୍ରାବାଦ ଭଳି ସହରରେ ପେଟ୍ରୋଲ ଦର ୧୦୦ ପାର୍୍ କରିଛି । ସେହିପରି ଦିଲ୍ଲୀରେ ପେଟ୍ରୋଲ ଦର ୯୮ ଟଙ୍କା ୧୧ ପଇସା ରହିଛି । ଆଜି ସକାଳ ୬ଟାରୁ ପେଟ୍ରୋଲର ନୂଆ ଦର ଲାଗୁ ହୋଇଛି । ତେବେ ଜାଣନ୍ତୁ କେଉଁ ସ୍ଥାନରେ କେତେ ରହିଛି ପେଟ୍ରୋଲ-ଡିଜେଲ ଦର । ସେହିପରି ଭୁବନେଶ୍ୱରରେ ମଧ୍ୟ ପେଟ୍ରୋଲ ଦର ବୃଦ୍ଧି ପାଇଛି । ଭୁବନେଶ୍ୱରରେ ପେଟ୍ରୋଲ ଦର ୯୮.୫୩ ପଇସା ଥିବା ବେଳେ ଆଜି ସକାଳୁ ଏହା ୯୮ ଟଙ୍କା ୯୯ ପଇସାରେ ପହଞ୍ଚିଛି । ସେହିପରି ଡିଜେଲ ଦର ୯୮ ଟଙ୍କା ୬୮ ପଇସା ହୋଇଛି ।
Powered by Froala Editor