ମଙ୍କିପକ୍ସକୁ ଗ୍ଲୋବାଲ ପବ୍ଲିକ ହେଲ୍ଥ ଏମର୍ଜେନ୍ସି ଘୋଷଣା ; ହସ୍ପିଟାଲ ଓ ଏୟାରପୋର୍ଟରେ ଆଲର୍ଟ
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏମପକ୍ସ ବା ମଙ୍କି ପକ୍ସକୁ ଗ୍ଲୋବାଲ ପବ୍ଲିକ ହେଲ୍ଥ ଏମର୍ଜେନ୍ସି ଘୋଷଣା କରିବା ପରେ ଭାରତରେ ମଧ୍ୟ ଛନକା ସୃଷ୍ଟି ହୋଇଛି। ଏହାର ମୁକାବିଲା ପାଇଁ ସରକାରୀ ସରକାର ଜରୁରୀକାଳୀନ ୱାର୍ଡ ପ୍ରସ୍ତୁତି ଏବଂ ବିମାନବନ୍ଦରକୁ ସତର୍କ କରିବା ସମେତ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି । ମଙ୍କି ପକ୍ସକୁ ଦୃଷ୍ଟିରେ ରଖି ବିଭିନ୍ନ ହସ୍ପିଟାଲ ଓ ଏୟାରପୋର୍ଟ ଗୁଡ଼ିକୁ ଆଲର୍ଟ ଜାରି କରାଯାଇଛି।
ସୂତ୍ର ଅନୁସାରେ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ହସ୍ପିଟାଲଗୁଡ଼ିକୁ ଦେହରେ ନାଲି ନାଲି ଫଳି ଯାଇଥିବା ରୋଗୀଙ୍କୁ ଚିହ୍ନଟ କରିବାକୁ କୁହାଯାଇଛି। ସେମାନଙ୍କୁ ଆଇସୋଲେସନ ୱାର୍ଡରେ ରଖିବାକୁ ପରାମର୍ଶ ଦିଆଯାଇଛି। ଦିଲ୍ଲୀର ସଫଦର୍ଜଙ୍ଗ, ଲେଡୀ ହାର୍ଡିଙ୍ଗେ ମେଡିକାଲ କଲେଜ ଓ ରାମ ମନୋହର ଲୋହିଆକୁ ନୋଡାଲ ହସ୍ପିଟାଲ ଭାବେ ପ୍ରସ୍ତୁତ କରାଯାଇଛି।
ସନ୍ଦିଗ୍ଧ ରୋଗୀମାନଙ୍କର ଆରଟି ପିସିଆର ଓ ସ୍ୱାବ ଟେଷ୍ଟ କରାଯିବ। ଏୟାପୋର୍ଟଗୁଡ଼ିକୁ ସଂକ୍ରମଣ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିବା ଜଣାପଡ଼ିଛି।
ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୨ ବର୍ଷ ମଧ୍ୟରେ ଦ୍ୱିତୀୟ ଥର ପାଇଁ ମଙ୍କିପକ୍ସକୁ ବିଶ୍ୱ ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି । ଭୂତାଣୁର ଏକ ନୂଆ ଷ୍ଟ୍ରେନ୍ ଏହାର ଶକ୍ତି ବୃଦ୍ଧି କରିଛି, ଯାହା ଯୌନ ସମ୍ପର୍କ ସମେତ ନିୟମିତ ଘନିଷ୍ଠ ସଂସ୍ପର୍ଶ ମାଧ୍ୟମରେ ଅଧିକ ସହଜରେ ବ୍ୟାପିଥାଏ । ଭାରତରେ ଏପର୍ଯ୍ୟନ୍ତ ମଙ୍କିପକ୍ସର କୌଣସି ମାମଲା ସାମ୍ନାକୁ ଆସିନାହିଁ । ତେବେ ଅଗଷ୍ଟ ୧୬ ତାରିଖରେ ୟୁଏଇରୁ ଆସିଥିବା ୩ ଜଣ ରୋଗୀଙ୍କୁ ଠାବ କରିଥିଲା ପାକିସ୍ତାନ । ଏହା ପୂର୍ବରୁ ସ୍ୱିଡେନ ଆଫ୍ରିକା ବାହାରେ ମଙ୍କିପକ୍ସର ପ୍ରଥମ ମାମଲାକୁ ନିଶ୍ଚିତ କରିଥିଲା ।
Powered by Froala Editor