ଦିନେ ଦୁଇ ଦିନରେ ଆଳୁ ସମସ୍ୟା ହଟିବ: ମନ୍ତ୍ରୀ
ଭୁବନେଶ୍ୱର: କ୍ରମାଗତ ଭାବେ ଆଳୁ ଦର ବଢ଼ି ଚାଲିଥିବାବେଳେ ଯୋଗାଣ ବିଭାଗର ଅଧିକାରୀ କିନ୍ତୁ ବେଫିକର ଅଛନ୍ତି। ଆଳୁ କିଲୋ ୩୨ ଟଙ୍କାରେ ବିକ୍ରି କରିବାକୁ ସରକାର କଡ଼ା ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ୫୦ ଟଙ୍କା ଉପରେ ବିକ୍ରି ହେଉଛି। ଆଳୁ ଦର ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଥିବାବେଳେ ବଜାରରୁ ଉଭାନ୍ ହୋଇଯାଇଛି। ତେବେ ଆଳୁ ଦର ବେଲଗାମ ନେଇ ଗୁରୁବାର ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ ଆଉ ଦିନେ ଦୁଇ ଦିନରେ ସମସ୍ୟା ହଟିବ । ପଶ୍ଚିମବଙ୍ଗରୁ ଆଳୁ ଆସିଲାଣି । କେହି ଖାଉଟି ଆତଙ୍କିତ ହୁଅନ୍ତୁ ନାହିଁ । ଖୁବଶୀଘ୍ର ସମସ୍ୟା ଦୂର ହେବ । ବ୍ୟବସାୟୀମାନେ ନିଦେ୍ର୍ଧଶ ଅନୁସାରେ କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ।
ଅନ୍ୟପକ୍ଷରେ ରାଜ୍ୟରେ ଆଳୁ ସଙ୍କଟ ଜାରି ରହିଥିବାବେଳେ ଗୁରୁବାର ଭୁବନେଶ୍ବରର ଆଇଗିଣିଆସ୍ଥିତ କୁବେରପୁରୀ ଆଳୁ ଗୋଦାମରେ ପଶ୍ଚିମବଙ୍ଗରୁ ୫ ଟ୍ରକ୍ ଆଳୁ ଆସି ପହଞ୍ଚିଛି। ଫଳରେ ଏବେ ଆଳୁ ଦର କମିବାର ଆଶା ଦେଖାଦେଇଛି। ତେବେ ରାଜ୍ୟ ସରକାର ଉତ୍ତରପ୍ରଦେଶର ସରକାରଙ୍କଠାରୁ ମାଗିଥିବା ଆଳୁ ଏପର୍ୟ୍ୟନ୍ତ ପହଞ୍ଚିନାହିଁ। ଉତ୍ତରପ୍ରଦେଶ ଟ୍ରକ୍କୁ ଅପେକ୍ଷା କରାଯାଇଛି। ଉତ୍ତରପ୍ରଦେଶରୁ ଆଳୁ ଟ୍ରକ୍ ଆସିଲେ ଆଳୁ ଦର ପୁଣି କମିବାର ସମ୍ଭାବନା ରହିଛି।
Powered by Froala Editor