ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ
ଭୁବନେଶ୍ୱର : ଐତିହାସିକ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ବିନା ପରୀକ୍ଷାରେ ମାଟ୍ରିକ ପରୀକ୍ଷା ଫଳ ବିଧିବଦ୍ଧ ଭାବେ ପ୍ରକାଶ ପାଇଛି । ଅପରାହ୍ନରେ ବୋଡର଼୍ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ବିଧିବଦ୍ଧ ଭାବେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି । ସଂଧ୍ୟା ୬ଟାରେ ୱେବସାଇଟ ଓ ଏସଏମଏସ ଜରିଆରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଫଳ ଜାଣିପାରିବେ । www.bseodisha.ac.in ଓ www.bseodisha.nic.in ୱେବସାଇଟରେ ମାଟ୍ରିକ ପରୀକ୍ଷା ଫଳ ଉପଲବ୍ଧ ହେବ । ଯଦି ଇଂଟରନେଟ ସୁବିଧା ନଥିବ ତେବେ ଏସଏମଏସ ମାଧ୍ୟମରେ ବି ମାଟ୍ରିକ ପରୀକ୍ଷା ଫଳ ଜାଣିହେବ । ଏଥିପାଇଁ OR01 ଲେଖି ୫୬୭୬୭୫୦ କୁ ଏସଏମଏସ କଲେ ପରୀକ୍ଷା ଫଳ ମିଳିପାରିବ । ନବମ ଶ୍ରେଣୀର ଅର୍ଦ୍ଧବାର୍ଷିକ ଓ ବାର୍ଷିକ ପରୀକ୍ଷା ନମ୍ବର ଏବଂ ଦଶମ ଶ୍ରେଣୀରେ ହୋଇଥିବା ୪ଟି ଅଭ୍ୟାସ ପରୀକ୍ଷା ମଧ୍ୟରୁ ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ଅଭ୍ୟାସ ପରୀକ୍ଷାର ନମ୍ବରକୁ ବିଚାରକୁ ନିଆଯାଇଛି । ନବମ ଶ୍ରେଣୀ ନମ୍ବରକୁ ୪୦% ଓ ଦଶମ ପରୀକ୍ଷାର ନମ୍ବରକୁ ୬୦% ଗୁରୁତ୍ୱ ଦିଆଯାଇ ପରୀକ୍ଷା ଫଳ ପ୍ରକାଶ ପାଇଛି । ଯେଉଁ ପରୀକ୍ଷାର୍ଥି ପରୀକ୍ଷା ଫଳକୁ ନେଇ ସନ୍ତୁଷ୍ଟ ନଥିବେ ସେମାନେ ଅଫଲାଇନ ପରୀକ୍ଷା ଦେଇପାରିବେ ବୋଲି ବୋଡର଼୍ ପକ୍ଷରୁ କୁହାଯାଇଛି ।
Powered by Froala Editor