ରାଜ୍ୟରେ ସ୍ଥିର ରହିଛି ସଂକ୍ରମଣ

ଭୁବନେଶ୍ବର :ବର୍ତ୍ତମାନ ରାଜ୍ୟରେ ସଂକ୍ରମଣ ସ୍ଥିର ରହିଛି । ବେଳେ ବେଳେ ଅପ ଆଣ୍ଡ ଡାଉନ ହେଉଛି । ସଂକ୍ରମଣ ବଢିଥିବା କିଛି ଜିଲ୍ଲା ଉପରେ ଅଧିକ ଫୋକସ କରାଯିବା ସହ ସ୍ୱତନ୍ତ୍ର ନଜର ରଖାଯାଇଛି ବୋଲି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର କହଛନ୍ତି । ସେହିପରି ଭ୍ୟାକ୍ସିନ ନେଇ ଆଇସିଏମ୍ଆର ଷ୍ଟଡ଼ି ଉପରେ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଭ୍ୟାକ୍ସିନ ନେଇ ପଜିଟିଭ ହୋଇଥିବା ୨୭୪ ଜଣଙ୍କର ଷ୍ଟଡ଼ି କରିଛି ଆଇସିଏମଆର । ଏହା ଉପରେ ଅଧିକ ଅନୁଧ୍ୟାନ ହେଉଛି। ଭ୍ୟାକ୍ସିନ ନେବା ଦ୍ୱାରା ସୁରକ୍ଷା ମିଳୁଛି ଏବଂ ଏହା ଦ୍ବାରା ଅଧିକ ଗୁରୁତର ହେଉ ନାହାନ୍ତି । ଟିକା ନେବା ପରେ ଆମ ଶରୀରରେ ଆଣ୍ଟିବଡ଼ି ମଧ୍ୟ ବୃଦ୍ଧି ପାଉଛି । ତଥାପି ଏହାର ଅଧିକ ଅନୁଧ୍ୟାନ ଆବଶ୍ୟକ ରହିଛି । ରାଜ୍ୟ ସରକାରଙ୍କ ଦ୍ୱାରା ଗଠନ ହୋଇଥିବା ବୈଷୟିକ କମିଟି ଭ୍ୟାକ୍ସିନ ନେବା ପରେ କେତେ ଲୋକ ସଂକ୍ରମିତ ହେଉଛନ୍ତି, କେତେ ଲୋକଙ୍କର ସିଭିୟରିଟି ହେଉଛନ୍ତି ସେ ନେଇ ଷ୍ଟଡ଼ି କରାଯାଉଛି ବୋଲି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର କହଛନ୍ତି ।
Powered by Froala Editor