ବଲିଉଡକୁ ବାଏ ବାଏ କହିବେ ଅମୀର ଖାନ୍, ପୁଅ କହିଲେ ଏମିତି କଥା...
ଅଭିନୟରୁ ଅବସର ନେଇପାରନ୍ତି ଅମୀର ଖାନ୍ । ଏକ ସାକ୍ଷାତକାରରେ ଏଭଳି କହିଛନ୍ତି ତାଙ୍କ ପୁଅ ଜୁନେଦ । ନିକଟରେ ଅମୀରଙ୍କ ପୁଅ ଜୁନେଦ ଖାନ ନେଟଫ୍ଲିକ୍ସ ଫିଲ୍ମ 'ମହାରାଜ'ରୁ ତାଙ୍କ ଫିଲ୍ମ କ୍ୟାରିୟର ଆରମ୍ଭ କରିଛନ୍ତି । ଜୁନେଦଙ୍କ ଫିଲ୍ମକୁ ପ୍ରଶଂସକମାନେ ପସନ୍ଦ କରୁଛନ୍ତି ।
ସୂଚନା ଅନୁସାରେ ଏକ ସାକ୍ଷାତକାରରେ ଜୁନେଦ ଖାନ କହିଛନ୍ତି ଯେ ତାଙ୍କ ବାପା ଅର୍ଥାତ ସୁପରଷ୍ଟାର ଅମୀର ଖାନ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଅବସର ନେବା ବିଷୟରେ ଚିନ୍ତା କରିଛନ୍ତି । 'ଅମୀର ଖାନ ତାଙ୍କ ସେଟକୁ କେବେ ଆସି ନାହାଁନ୍ତି କିମ୍ବା ତାଙ୍କର ଡେବ୍ୟୁ ଫିଲ୍ମ ବିଷୟରେ କିଛି କହି ନାହାଁନ୍ତି । ସେ କେବଳ ସୁଟିଂର ପ୍ରଥମ ଦିନରେ ଆସିଥିଲେ ଏବଂ ପରେ ସିଧାସଳଖ ଫିଲ୍ମ ଦେଖିଥିଲେ । ଏପରି ଭାବେ ଅମୀର ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଅବସର ନେଇପାରନ୍ତି ।
ବଲିଉଡ ଅଭିନେତା ଅମୀର ଖାନଙ୍କ ଶେଷ ଫିଲ୍ମ ହେଉଛି 'ଲାଲ ସିଂ ଚଡ୍ଡା' । ଏହି ଫିଲ୍ମରେ କରୀନା କପୁର ଖାନ, ମୋନା ସିଂ ଏବଂ ନାଗା ଚୈତନ୍ୟ ମଧ୍ୟ ନଜର ଆସିଥିଲେ । ତେବେ ଫିଲ୍ମଟି ଫ୍ଲପ୍ ହୋଇଯାଇଥିଲା ।
Powered by Froala Editor