ୱାୟନାଡ ପୀଡିତଙ୍କ ପାଇଁ ୨୫ ଲକ୍ଷ ସାହାଯ୍ୟ ଦେଲେ ଅଲ୍ଲୁ
ଭାରି ବର୍ଷା କାରଣରୁ କେରଳର ଓ୍ବାୟନାଡ଼ ଜିଲ୍ଲାରେ ଭୟାନକ ଭୁସ୍ଖଳନରେ ୩୦୦ଲୋକଙ୍କ ଜୀବନ ଚାଲିଯାଇଛି । ଏହି ଘଟଣା ପରେ କିଛି ପ୍ରସିଦ୍ଧ ଲୋକ ଆଗକୁ ଆସି ପିଡ଼ୀତଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି । ୱାୟନାଡ ଭୂ-ସ୍ଖଳନ ପୀଡ଼ିତଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି ଅଭିନେତା ଅଲ୍ଲୁ ଅର୍ଜୁନ। କେରଳ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୨୫ ଲକ୍ଷ ଟଙ୍କା ଦାନ କରିଛନ୍ତି । ଅଲ୍ଲୁଙ୍କ ଏହି ପଦକ୍ଷେପ ପରେ ତାଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି ଲୋକେ।
ଅଲ୍ଲୁ ଅର୍ଜୁନ ଟ୍ୱିଟ୍ କରି ଲେଖିଛନ୍ତି ଯେ, ''ୱାୟନାଡରେ ହୋଇଥିବା ଭୂସ୍ଖଳନ ଯୋଗୁଁ ମୁଁ ଅତ୍ୟନ୍ତ ଦୁଃଖିତ। କେରଳ ମୋତେ ସର୍ବଦା ବହୁତ ଭଲପାଇବା ଦେଇଛି ଏବଂ ଥଇଥାନ କାର୍ଯ୍ୟରେ ସହାୟତା ପାଇଁ ମୁଁ କେରଳ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୨୫ ଲକ୍ଷ ଟଙ୍କା ଦାନ କରି ସହଯୋଗ କରିବାକୁ ଚାହୁଁଛି।'' ଏହା ସହିତ ସେ ଲୋକଙ୍କ ସୁରକ୍ଷା ପାଇଁ ମଧ୍ୟ ପ୍ରାର୍ଥନା କରିଛନ୍ତି। ତାଙ୍କର ଏହି ଟ୍ବିଟ ଉପରେ ୟୁଜର୍ସ ବି ନିଜ ନିଜ ରିଆକ୍ସନ ଦେଉଛନ୍ତି ଏବଂ ଅଭିନେତାଙ୍କୁ ଖୁବ୍ ତାରିଫ ବି କରୁଛନ୍ତି ।
ଅଲ୍ଲୁ ଅର୍ଜୁନଙ୍କ ବ୍ୟତୀତ ମେଗାଷ୍ଟାର ମୋହନଲାଲ ଯିଏ ଇଣ୍ଡିଆନ ଟେରିଟୋରିଆ ଆର୍ମିରେ ଲେଫ୍ଟନାଣ୍ଟ କର୍ଣ୍ଣଲ ପଦରେ କାର୍ଯ୍ୟରତ ଅଛନ୍ତି । ସେ ବି ଶନିବାର ଭୁସ୍ଖଳନ ପ୍ରଭାବିତ ଓ୍ବୟନାଡ଼ ଗସ୍ତ କରିଛନ୍ତି । ସେନା ବର୍ଦି ପିନ୍ଧି ମୋହନଲାଲ ପ୍ରଭାବିତ କ୍ଷେତ୍ରକୁ ଯିବା ପୂର୍ବରୁ ଅଧିକାରୀଙ୍କ ସହ କଥା ହୋଇଛନ୍ତି ।
ସୂଚନାଯୋଗ୍ୟ, ୱାୟନାଡ ଭୂ-ସ୍ଖଳନ ପୀଡ଼ିତଙ୍କ ସହାୟତା ପାଇଁ ମୋହନଲାଲ, ନୟନତାରା, ସୂର୍ୟା, ଫହାଦ ଫାଜିଲ, ଭିଗ୍ନେଶ ଶିବନ, ବିକ୍ରମ ଓ ଆସିଫ୍ ଅଲିଙ୍କ ସମେତ ଅନେକ କଳାକାର ମଧ୍ୟ ଦାନ କରିଛନ୍ତି।
Powered by Froala Editor