ଆଜି ଦେଶ ପାଳନ କରୁଛି କାରଗିଲ ବିଜୟ ଦିବସ
ନୂଆଦିଲ୍ଲୀ: ଆଜି ହେଉଛି କାର୍ଗିଲ ବିଜୟ ଦିବସ, ଦେଶ ପାଳନ କରୁଛି କାରଗିଲ ବିଜୟ ଦିବସର ୨୫ ବର୍ଷ ପୂର୍ତ୍ତି ଉତ୍ସବ ବା ରୌପ୍ୟ ଜୟନ୍ତୀ ।ଏହି ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଦାଖସ୍ଥିତ କାରଗିଲ ଯୁଦ୍ଧ ସ୍ମାରକୀ ସ୍ଥଳରେ ପହଞ୍ଚିଥିଲେ। ସେଠାରେ ପ୍ରଧାନମନ୍ତ୍ରୀ ଭାରତ- ପାକିସ୍ତାନ ଯୁଦ୍ଧରେ ନିଜ ପ୍ରାଣବଳି ଦେଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ଏହାପରେ ପ୍ରଧାନମନ୍ତ୍ରୀ ମୋଦି ଲଦାଖସ୍ଥିତ ଦ୍ରାସ ଅଞ୍ଚଳରେ ଥିବା କାରଗିଲ ୱାର ମେମୋରିଆଲ ବି ପରିଦର୍ଶନ କରିଛନ୍ତି। ଏହାକୁ ଲଦାଖର ପ୍ରବେଶ ଦ୍ୱାର କୁହାଯାଇଥାଏ। ପ୍ରତିବର୍ଷ ୨୬ ଜୁଲାଇରେ କାରଗିଲ ବିଜୟ ଦିବସ ପାଳିତ ହୋଇଥାଏ। କିନ୍ତୁ ଚଳିତ ବର୍ଷ କାରଗିଲ ବିଜୟ ଦିବସର ୨୫ ବର୍ଷପୂର୍ତ୍ତି ଅବସରରେ ରଜତ ଜୟନ୍ତୀ ପାଳିତ ହେଉଛି। ଏହି ଅବସରରେ କାରଗିଲ ଯୁଦ୍ଧ ଶହୀଦଙ୍କ ପରିବାରବର୍ଗ ବି ଉପସ୍ଥିତ ଥିଲେ।
Powered by Froala Editor