ସାଂସଦ ପଦ ହରାଇବେ କି କଙ୍ଗନା, କୋର୍ଟରୁ ଆସିଲା ନୋଟିସ୍
କଙ୍ଗନା ରାନାୱତଙ୍କ ହାତରୁ ଚାଲିଯାଇପାରେ ସାଂସଦ ପଦବୀ। ହିମାଚଳ ପ୍ରଦେଶର ମାଣ୍ଡି ଲୋକ ସଭା ଆସନରୁ କଙ୍ଗନାଙ୍କୁ ନିର୍ବାଚନକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ତାଙ୍କ ଏମପି ପଦ ରଦ୍ଦ ଦାବିରେ ପଟିସନ ଦାଖଲ ହୋଇଛି। ଏହା ପରେ ହିମାଚଳ ପ୍ରଦେଶ ହାଇକୋର୍ଟ କଙ୍ଗନାଙ୍କୁ ନୋଟିସ ଜାରି କରିଛନ୍ତି। ନୋଟିସ ଜାରି କରି ଜଷ୍ଟିସ ଅଗଷ୍ଟ ୨୧ସୁଦ୍ଧା କଙ୍ଗନା ରାନାୱତଙ୍କଠାରୁ ଉତ୍ତର ମାଗିଛନ୍ତି।
ପିଟିଆଇ ଅନୁଯାୟୀ କିନ୍ନୌର ନିବାସୀ ସ୍ବାଧୀନ ପ୍ରାର୍ଥୀ ଲାୟକ୍ ରାମ ନେଗି କୋର୍ଟରେ ଏହି ଆବେଦନ କରିଛନ୍ତି। ସେ ଏହି ଆବେଦନ ମାଧ୍ୟମରେ ଯୁକ୍ତି କରିଛନ୍ତି ଯେ ନିର୍ଦ୍ଦିଷ୍ଟ ମାନଦଣ୍ଡ ପୂରଣ କରିବା ସତ୍ତ୍ବେ ତାଙ୍କ ନାମାଙ୍କନ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଯଦି ତାଙ୍କର ନାମାଙ୍କନ ଗ୍ରହଣ କରାଯାଇଥାନ୍ତା, ତେବେ ସେ ନିର୍ବାଚନ ଜିତିଥାନ୍ତେ। ତେଣୁ କଙ୍ଗନା ରାନାୱତଙ୍କ ସାଂସଦ ସଦସ୍ୟତା ବାତିଲ କରାଯିବା ଉଚିତ୍। ସେପଟେ କଙ୍ଗନାଙ୍କୁ ହାଇକୋର୍ଟ ନୋଟିସ ଜାରି କରି ଆସନ୍ତା ଅଗଷ୍ଟ ୨୧ ସୁଦ୍ଧା ଏହାର ଜବାର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଥାଉ କି, ଚଳିତ ଲୋକ ସଭା ନିର୍ବାଚନରେ ରାଜନୀତିରେ ଏଣ୍ଟ୍ରି କରିଥିଲେ କଙ୍ଗନା । ସେ ଭାଜପା ଟିକେଟ୍ରେ ମଣ୍ଡି ଲୋକ ସଭା ଅସନରୁ ନିର୍ବାଚନ ଲଢିଥିଲେ। ଏହି ଆସନରେ ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ବିକ୍ରମାଦିତ୍ୟ ସିଂଙ୍କୁ ୭୪,୭୫୫ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ।
Powered by Froala Editor