ମୋହନ ସରକାରଙ୍କ ପ୍ରଥମ ବଜେଟ : ପୁରୁଣା ଯୋଜନା, ନୂଆ ନାଁ

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୁରୁବାର ସନ୍ଧ୍ୟାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ମୋହନ ସରକାର ଚଳିତ ଆର୍ଥିକ ବର୍ଷ ପାଇଁ ୨,୬୫,୦୦୦ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି। ସେ ପୂର୍ବ ସରକାରଙ୍କ ଦ୍ବାରା ପ୍ରଣୟନ ହୋଇଥିବା ବହୁ ଜନହିତକର ଯୋଜନାର ନାମକୁ ପରିବର୍ତ୍ତନ କରିବା ସହ ନୂଆ ଯୋଜନା ପାଇଁ ବ୍ୟୟବରାଦ କରିଛନ୍ତି।
‘ମେକ୍ ଇନ୍ ଓଡ଼ିଶା’ ନାଁ ବଦଳି ହେଲା ଉତ୍କର୍ଷ ଉତ୍କଳ । ଉତ୍କର୍ଷ ଉତ୍କଳ ସମ୍ମିଳନୀ ମାଧ୍ୟମରେ ପୁଞ୍ଜି ଯୋଗାଡ଼ ନେଇ ରଖାଯାଇଛି ଲକ୍ଷ୍ୟ । ୨୦୨୯ ସୁଦ୍ଧା ରାଜ୍ୟକୁ ଅଢ଼େଇ ଲକ୍ଷ କୋଟି ଘରୋଇ ପୁଞ୍ଜି ଆଣିବା ଯୋଜନା । ୨ ବିଲିୟନ ଡଲାରରୁ ଅଧିକ ବିଦେଶୀ ପୁଞ୍ଜି ନିବେଶ ପାଇଁ ବି ଲକ୍ଷ୍ୟ ରଖାଯାଇଛି । ‘ମୋ ସ୍କୁଲ’ ନାଁ ବଦଳି ହୋଇଛି ‘ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ’ । ‘ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ’ ଯୋଜନା ପାଇଁ ବଜେଟରେ ୩୩୨ କୋଟି ବ୍ୟୟବରାଦ ରଖାଯାଇଛି ।
ସ୍କୁଲରେ ଡ୍ରପ୍ ଆଉଟ ରୋକିବାକୁ ନୂଆ ଯୋଜନା ‘ମାଧୋ ସିଂ ହାତ ଖର୍ଚ୍ଚ’ । ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇଥିବା ST ପିଲାଙ୍କୁ ମିଳିବ ଟଙ୍କା । ଏହି ଯୋଜନାରେ ଜନଜାତି ଛାତ୍ରଛାତ୍ରୀଙ୍କୁ ବାର୍ଷିକ ମିଳିବ ୫ ହଜାର ଟଙ୍କା । ନବୀନ ଓଡ଼ିଶା ନାଁ ବଦଳାଯାଇ ବିକଶିତ ଗାଁ ବିକଶିତ ଓଡ଼ିଶା ରଖାଯାଇଛି ।
Powered by Froala Editor