ସରୋଜ ପ୍ରଧାନ ସରକାରୀ ଦଳ ମୁଖ୍ୟ ସଚେତକ ନିଯୁକ୍ତ

ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଯାଇଛି। ଆଉ ଏହାରି ଭିତରେ ମୁଖ୍ୟମନ୍ତ୍ରୀ ଶାସକ ଦଳର ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକଙ୍କ ନାମ ଘୋଷଣା କରିଛନ୍ତି | ବୌଦ୍ଧ ବିଧାୟକ ସରୋଜ ପ୍ରଧାନ ମୁଖ୍ୟ ସଚେତକ । ଗୋବିନ୍ଦ ଚନ୍ଦ୍ର ଦାସଙ୍କୁ ସରକାରୀ ଦଳ ଉପମୁଖ୍ୟ ସଚେତକ ନିଯୁକ୍ତି ମିଳିଛି ।
ବିଧାନସଭାର ୨୭ଦିନିଆ ଅଧିବେଶନ ଆରମ୍ଭ ହୋଇଥିବାରୁ ଉଭୟ ତତ୍କାଳ ପ୍ରଭାବରୁ ଏହି ଦାୟିତ୍ୱ ତୁଲାଇବେ । ଏନେଇ ରାଜ୍ୟ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।
Powered by Froala Editor