ଆଇପିଏସ୍ ଅଦଳବଦଳ: ଯଶୋବନ୍ତ ଜେଠୱା ଭିଜିଲାନ୍ସ ନିର୍ଦ୍ଦେଶକ
ବରିଷ୍ଠ ଆଇପିଏସ୍ ସ୍ତରରେ ଅଦଳବଦଳ ହୋଇଛି । ଯଶୋବନ୍ତ ଜେଠୱା ଭିଜିଲାନ୍ସ ନିର୍ଦ୍ଦେଶକ ହୋଇଛନ୍ତି । ଦେବାଶିଷ ପାଣିଗ୍ରାହୀଙ୍କ କରୋନାରେ ଦେହାନ୍ତ ପରେ ଖାଲି ପଡିଥିଲା ପଦ । ତାଙ୍କ ପରେ ଯଶୋବନ୍ତ ଜେଠଓ୍ବା ନୂଆ ଭିଜିଲାନ୍ସ ନିର୍ଦ୍ଦେଶକ ହୋଇଛନ୍ତି । ଲଳିତ ଦାସଙ୍କୁ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ଏହା ସହିତ ଅସିତ ପାଣିଗ୍ରାହୀଙ୍କୁ ଭିଜିଲାନ୍ସ IG ଦାୟିତ୍ବ ଦିଆଯାଇଛି । ଆଇନ ଶୃଙ୍ଖଳା ADG ହୋଇଛନ୍ତି ଆର. କେ. ଶର୍ମା । ପରିବହନ କମିସନର ଭାବେ ଅରୁଣ ବୋଥ୍ରାଙ୍କୁ ଦାୟିତ୍ବ ଦିଆଯାଇଛି । ସୁଧାଂଶୁ ଷଡଙ୍ଗୀଙ୍କୁ ଗୃହ ବିଭାଗ OSD ଦାୟିତ୍ବ ଦିଆଯାଇଛି । ସଞ୍ଜୀବ ପଣ୍ଡା କ୍ରାଇମବ୍ରାଞ୍ଚ ADG ଭାବେ ନିଯୁକ୍ତି ପାଇଛନ୍ତି।
Powered by Froala Editor