ନିପା ଭାଇରସରେ ୧୪ ବର୍ଷୀୟ ବାଳକର ମୃତ୍ୟୁ
ନିପା ଭାଇରସ କେରଳରେ ୧୪ ବର୍ଷୀୟ ପିଲାର ଜୀବନ ନେଇଛି। ମାଲାପୁରାମ ଜିଲାର ନିପା ଭାଇରସରେ ସଂକ୍ରମିତ ହୋଇଥିବା ଜଣେ ୧୪ ବର୍ଷର ବାଳକର ରବିବାର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ସମୟରେ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି, ପିଲାଟି ସକାଳ ୧୦.୫୦ ମିନିଟରେ ବଡ଼ଧରଣର ହୃଦଘାତର ସମ୍ମୁଖୀନ ହୋଇଥିଲା। ତେଣୁ ତା’କୁ ବଞ୍ଚାଇବାକୁ ଡାକ୍ତରମାନେ ସକ୍ଷମ ହୋଇନାହାନ୍ତି। ସେ ଭେଣ୍ଟିଲେଟରରେ ଥିଲା। ତା’ର ପରିସ୍ରା ଏକ ପ୍ରକାରର ବନ୍ଦ ହୋଇ ଯାଇଥିଲା। ଏହା ପରେ ସରକାର ଏକ ସତର୍କ ସୂଚନା ଜାରି କରିଛନ୍ତି।
ସ୍ବାସ୍ଥ୍ୟ ବିଭାଗ କହିଛି, ପିଲାଟି ମେ ୧୨ରେ ଚିକିତ୍ସା ପାଇଁ ଏକ ଘରୋଇ କ୍ଲିନିକକୁ ଯାଇଥିଲା। ମେ ୧୫ରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପିଲାଟିର ମୃତ୍ୟୁ ପରେ କେରଳ ସରକାର ସତର୍କତା ଅବଲମ୍ବନ କରିବା ଆରମ୍ଭ କରିଛନ୍ତି।
ନିପା ଭାଇରସ ସମ୍ପର୍କରେ ଲୋକଙ୍କୁ ପରାମର୍ଶ ଦେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ଆଖପାଖ ଅଞ୍ଚଳର ଲୋକଙ୍କୁ ସର୍ବସାଧାରଣ ସ୍ଥାନରେ ମାସ୍କ ବ୍ୟବହାର କରିବାକୁ କହିଛନ୍ତି। ସେହିପରି ହସ୍ପିଟାଲରେ ରୋଗୀଙ୍କୁ ଭେଟିବାକୁ ଯିବା ବେଳେ ମାସ୍କ ସହ ଅଧିକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ଲୋକମାନଙ୍କୁ କୌଣସି ପକ୍ଷୀ କିମ୍ବା ପଶୁ ଅଧା ଖଣ୍ଡିଆ କରିଥିବା ଫଳକୁ ନ ଖାଇବାକୁ ସେ ପରାମର୍ଶ ଦେଇଛନ୍ତି।
Powered by Froala Editor