ମସ୍କ ଜଣେ ୟୁନିକ୍ ବ୍ୟକ୍ତି: ବିଲ ଗେଟ୍ସ
ଓ୍ବାଶିଂଟନ୍: ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ ଗେଟ୍ସ ଟେସଲା ତଥା ଏକ୍ସର ମାଲିକ ଏଲନ ମସ୍କଙ୍କୁ ପ୍ରଶଂସା କରିଛନ୍ତି। ଏକ ସାକ୍ଷାତକାରରେ ଜଳବାୟୁ ପରିବର୍ତ୍ତନକୁ ନେଇ ଖୋଲା ମତ ରଖିଥିବା ବିଲ ଗେଟ୍ସ କହିଛନ୍ତି, ଜଳବାୟୁ ପରିବର୍ତ୍ତନ ବିରୋଧରେ ଲଢ଼ିବାରେ ଟେସଲା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି।
ଟେସଲାକୁ ପ୍ରଶଂସା କରି ବିଲ ଗେଟ୍ସ କହିଛନ୍ତି, ବୈଦ୍ୟୁତିକ ଯାନ କ୍ଷେତ୍ରରେ ଟେସଲା ବହୁତ ଭଲ କାମ କରିଛି। ଏଭଳି ପରିସ୍ଥିତିରେ ଜଳବାୟୁ ପରିବର୍ତ୍ତନରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ବ୍ରେକଥ୍ରୁ ପୁରସ୍କାର ବିତରଣ ଉତ୍ସବରେ ସେ ଏଲନ ମସ୍କଙ୍କ ସହ ହୋଇଥିବା ବାର୍ତ୍ତାଳାପ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି।
ଏହି ସାକ୍ଷାତକାରରେ ବିଲ ଗେଟ୍ସ ଏହା ମଧ୍ୟ କହିଛନ୍ତି, ନିକଟ ଅତୀତରେ ଏଲନ ମସ୍କ ଜଳବାୟୁ ପରିବର୍ତ୍ତନ ପ୍ରତି ଧ୍ୟାନ ଦେଇଛନ୍ତି ଏବଂ ଏହା ସହ ଜଡିତ କମ ସୂଚନା ସର୍ବସାଧାରଣରେ ଉପସ୍ଥାପନ କରିଛନ୍ତି। ତେବେ ସେ ଏହି କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ କରିଛନ୍ତି। ଟେସଲା ମାଧ୍ୟମରେ ସେ ସମଗ୍ର ବିଶ୍ୱରେ ବୈଦ୍ୟୁତିକ ଯାନର ଏକ ନୂତନ ବିପ୍ଳବ ଆଣିଛନ୍ତି, ଯାହା କଥାବାର୍ତ୍ତା ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ।
ଏଲନ ମସ୍କଙ୍କୁ ପ୍ରଶଂସା କରି ବିଲ ଗେଟ୍ସ କହିଛନ୍ତି, ମସ୍କ ଜଣେ ‘ସ୍ମାର୍ଟ’ ଏବଂ ‘ୟୁନିକ୍’ ବ୍ୟକ୍ତି। ମସ୍କ ଜାଣନ୍ତି କିପରି ତାଙ୍କ ବାର୍ତ୍ତା ଲୋକଙ୍କ ଗ୍ରହଣ କରିବେ।
Powered by Froala Editor