ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣରେ ଅଛି:ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ଵର : ରାଜ୍ୟରେ ସଂକ୍ରମଣ ମାର୍ଜିନାଲି ବଢିଛି। ଏବେବି ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣରେ ଅଛି। ଖୋର୍ଦ୍ଧା, କଟକ, ବାଲେଶ୍ଵର, ଜଗତସିଂହପୁର, ଯାଜପୁର, ମୟୁରଭଞ୍ଜ ଜିଲ୍ଲାର କେସ୍ ଲୋଡ ଅଧିକା ଅଛି। ପଶ୍ଚିମ ଓଡ଼ିଶାରେ ସଂକ୍ରମଣ ପ୍ରଥମେ ଆରମ୍ଭ ହୋଇଥିବା କାରଣରୁ ସେଠି ଏବେ ସଂକ୍ରମଣ କମିଛି। ପୂର୍ବ ଓ ଉତ୍ତର ଓଡ଼ିଶାରେ ସଂକ୍ରମଣ ପରେ ଆରମ୍ଭ ହୋଉଥିଲା ସେଥିପାଇଁ ସେଠି ସଂଖ୍ୟା ଅଧିକା ଅଛି। ଦୁଇଟି ଷ୍ଟାଟେଜିକୁ ନେଇ କାମ ହେଉଛି। ପ୍ରଥମଟି ହେଉଛି ପ୍ରଶାସନିକ ସ୍ତରରେ ଲକ୍ଡାଉନ୍, ସଟ୍ଡାଉନ୍ କଟକଣା ଓ ଦ୍ଵିତୀୟଟି ହେଉଛି ସର୍ଭେଲାନ୍ସ। ରାଜ୍ୟରେ କରୋନା ସ୍ଥିତି ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ପୁଣି କହିଛନ୍ତି ଯେ, ଗତ ୨୪ ଘଣ୍ଟା ମଧ୍ୟରେ ୬୯ ହଜାର ଟେଷ୍ଟିଂ ହେଇଛି। ହେଲେ ସଂକ୍ରମଣ ହାର ନିୟନ୍ତ୍ରଣ ଭିତରେ ଅଛି। ବର୍ତ୍ତମାନ ସଂକ୍ରମଣ ନିମ୍ନଗାମୀ ସ୍ଥିତିରେ ଅଛି। ଖୁବ୍ ଶୀଘ୍ର କମିବ ବୋଲି ଆଶା କରୁଛୁ। ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟରେ ବ୍ଲାକ ଫଙ୍ଗସ୍ ସଂଖ୍ୟା କମ ଅଛି। ଡେ଼ଲ୍ଟା ପ୍ଲସ୍ ଭ୍ୟାରିଆଣ୍ଟର ଏବେ ସୁଦ୍ଧା ୪୦ଟି କେସ୍ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଓ ତାମିଲନାଡୁରେ ଏହା ଅଧିକା ଚିହ୍ନଟ ହୋଇଛି। ଦୁଇ ଦିନ ତଳେ ଏହା ଭ୍ୟାରିଆଣ୍ଟ ଅଫ ଇଣ୍ଟରେଷ୍ଟ କ୍ୟାଟାଗୋରୀରେ ଥିଲା। ଗତକାଲି ଏହା ଭ୍ୟାରିଆଣ୍ଟ ଅଫ କନସର୍ନ ବୋଲି ଭାରତ ସରକାର ଘୋଷଣା କରିଛନ୍ତି। ଯେହେତୁ ଖୋର୍ଦ୍ଧା କଟକ ଯାଜପୁର କଟକରେ କେସ୍ ଲୋଡ଼ ଅଧିକ ଅଛି ତେଣୁ ଏହି ସବୁ ଜିଲ୍ଲା ହାଇ ପ୍ରିଭିଲାନ୍ସ ଜୋନରେ ଅଛି। ଯେହେତୁ ଭାଇରସ୍ ବଞ୍ଚିବାକୁ ଚେଷ୍ଟା କରୁଛି ସେଥିପଇଁ ମ୍ୟୁଟେସନ୍ ବି ହବ ଓ ଭ୍ୟାରିଆଣ୍ଟ ବି ବଦଳିବ। ତେଣୁ ଗୋଟିଏ ଉପାୟ, ଆମକୁ ଟ୍ରାନ୍ସମିଶନ ଚେନ ଭାଙ୍ଗିବାକୁ ପଡିବ ଓ ସତର୍କ ରହିବାକୁ ପଡିବ ବୋଲି ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।
Powered by Froala Editor