ରାଜ୍ୟ ଯୋଜନା ବୋର୍ଡ ଭାଙ୍ଗିଲା

ରାଜ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ରାଜ୍ୟ ଯୋଜନା ବୋର୍ଡକୁ ଭାଙ୍ଗି ଦେଇଛନ୍ତି । ପୂର୍ବ ବିଜେଡି ସରକାର ଗଠନ କରିଥିବା ରାଜ୍ୟ ଯୋଜନା ବୋର୍ଡରେ ମୁଖ୍ୟମନ୍ତ୍ରୀ ଏହାର ସଭାପତି ଥିବା ବେଳେ ବିଜେଡି ଦଳର ବରିଷ୍ଠ ନେତାମାନଙ୍କୁ ଏହାର ଉପ ସଭାପତି ତଥା ସଦସ୍ୟ ଭାବରେ ନିଯୁକ୍ତ କରାଯାଇଥିଲା। ତେବେ ଏହି କମିଟି ଅନେକ ବର୍ଷ ଧରି କେବେ ବୈଠକ କରି ନାହାନ୍ତି। ରାଜ୍ୟରେ ବିଜେପି କ୍ଷମତାକୁ ଫେରିବା ପରେ ପୂର୍ବ ସରକାରରେ ଗଠନ ହୋଇଥିବା ଯୋଜନା ବୋର୍ଡକୁ ଭଙ୍ଗ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହିତ ରାଜ୍ୟ ଯୋଜନା ବୋର୍ଡ ନୂଆ ଢଙ୍ଗରେ ପୁର୍ନଗଠନ ହେବାର ସମ୍ଭାବନା ସୃଷ୍ଟି ହୋଇଛି ।
ରାଜ୍ୟ ଯୋଜନା ବୋର୍ଡ ଭାଙ୍ଗିବା ପାଇଁ ଆସିଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଅନୁମୋଦନ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ପୂର୍ବର ବିଜେଡି ସରକାର ୨୦୨୨ ଅକ୍ଟୋବର ମାସରେ ଯୋଜନା ବୋର୍ଡ ସଦସ୍ୟ ଭାବେ ଦଳର ୩ଜଣ ବରିଷ୍ଠ ନେତା ପ୍ରସନ୍ନ କୁମାର ପାଟ୍ଟଶାଣୀ, ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ ଓ ସାଧୁ ନେପାକଙ୍କୁ ନିଯୁକ୍ତି ଦେଇଥିଲା । ୨୦୨୨ ଜୁନ୍ ପ୍ରଥମ ସପ୍ତାହରେ ଦଳର ବରିଷ୍ଠ ନେତା ସଞ୍ଜୟ ଦାସବର୍ମାଙ୍କୁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦରୁ ହଟାଇ ଦେବା ପରଠୁ ଏହି ପଦ ଖାଲି ପଡ଼ିଥିଲା ।
Powered by Froala Editor