ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ
ଭୁବନେଶ୍ୱର : ଆସନ୍ତାକାଲି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ । ଏନେଇ ବୋଡର଼୍ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମା ପରୀକ୍ଷା ଫଳ ବି ପ୍ରକାଶ ପାଇବ । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ବାତିଲ ହୋଇଥିବାବେଳେ କିଭଳି ମାର୍କ ମିଳିଛି ତାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମନରେ ଉତ୍ସୁକତା ପରିଲକ୍ଷିତ ହୋଇଛି । ବୋଡର଼୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, କଟକ ବୋଡର଼୍ ମୁଖ୍ୟ କାର୍ଯ୍ୟାଳୟରେ ଅପରାହ୍ନ ୪ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବ । ତେବେ ସଂଧ୍ୟା ୬ଟା ପରେ ବୋଡର଼୍ର ୱେବସାଇଟରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଫଳ ଜାଣିପାରିବେ । www.bseodisha.ac.in ଓ www.bseodisha.nic.in ୱେବସାଇଟରେ ମାଟ୍ରିକ ପରୀକ୍ଷା ଫଳ ଉପଲବ୍ଧ ହେବ । ଯଦି ଇଂଟରନେଟ ସୁବିଧା ନଥିବ ତେବେ ଏସଏମଏସ ମାଧ୍ୟମରେ ବି ମାଟ୍ରିକ ପରୀକ୍ଷା ଫଳ ଜାଣିହେବ । ଏଥିପାଇଁ OR01 ଲେଖି ୫୬୭୬୭୫୦ କୁ ଏସଏମଏସ କଲେ ପରୀକ୍ଷା ଫଳ ମିଳିପାରିବ । ସୂଚନାଯୋଗ୍ୟଯେ, କରୋନା ପାଇଁ ପରୀକ୍ଷା ହୋଇପାରିନଥିଲା । ପରୀକ୍ଷା ବାତିଲ ହେବା ପରେ ମୂଲ୍ୟାୟନ କିଭଳି ହେବ ସେନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା । ତେବେ ପରେ ନବମ ଓ ଦଶମର ଇଂଟରନାଲ ପରୀକ୍ଷା ଆଧାରରେ ମୂଲ୍ୟାଙ୍କନ ହେବବୋଲି ନିଷ୍ପତି ନିଆଯାଇଥିଲା । ସେହିପରି ଯେଉଁମାନେ ପରୀକ୍ଷା ଫଳରେ ସନ୍ତୁଷ୍ଟ ନହେବେ ସେମାନେ ପରବର୍ତୀ ସମୟରେ ପରୀକ୍ଷା ଦେଇପାରିବେ ବୋଲି ବୋଡର଼୍ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ।
Powered by Froala Editor