୧୭ ଲକ୍ଷ ୟୁରୋରେ ନେପୋଲିଅନ୍ଙ୍କ ପିସ୍ତଲ ନିଲାମ
ନେପୋଲିଅନ୍ ବୋମାପାର୍ଟଙ୍କର ଦୁଇଟି ପିସ୍ତଲ ଫ୍ରାନ୍ସରେ ୧୬.୯ ଲକ୍ଷ ୟୁରୋ (୧୮ ଲକ୍ଷ ଡଲାର)ରେ ନିଲାମ କରାଯାଇଛି । କିନ୍ତୁ ଏହାର ପ୍ରକୃତ ମୂଲ୍ୟ ପ୍ରାୟ ୧୫ ୟୁରୋ ହେବ । ପ୍ୟାରିସ୍ର ଦକ୍ଷିଣରେ ଫନ୍ଟେନ୍ବ୍ଲୋରେ ପିସ୍ତଲ ନିଲାମ ହୋଇଛି । ନେପୋଲିଅନ୍ ଦିନେ ଏହି ପିସ୍ତଲରେ ନିଜକୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ । ଏହାକୁ କିଣିଥିବା ବ୍ୟକ୍ତିଙ୍କ ନାଁ ସାର୍ବଜନୀନ କରାଯାଇନାହିଁ ।
ସୁନା ଓ ରୁପା ଖଚିତ ଏହି ବନ୍ଧୁକରେ ଭବ୍ୟ ରାଜକୀୟ ଠାଣିରେ ନୋପୋଲିଅନ୍ଙ୍କ ଛବି ରହିଛି । କୁହାଯାଏ, ୧୮୧୪ ମସିହାରେ ବିଦେଶୀ ସୌନ୍ୟ ନେପୋଲିଅନ୍ଙ୍କ ସୈନ୍ୟଙ୍କୁ ପରାସ୍ତ କରିବା ସହ ପ୍ୟାରିସ୍ ଉପରେ କବ୍ଜା କରିବା ପରେ ନେପୋଲିଅନ୍ ରାଜଗାଦି ଛାଡ଼ିବାକୁ ବାଧ୍ୟ ହୋଇଥିଲେ । ପରାସ୍ତ ହେବା ପରେ ନେପୋଲିଅନ୍ ସମ୍ପୂର୍ଣ୍ଣ ଅବସାଦଗ୍ରସ୍ତ ହୋଇ ଏହି ବନ୍ଧୁକରେ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ । କିନ୍ତୁ ତାଙ୍କ ମୁଖ୍ୟ ଅନୁଚର ଏଥିରୁ ପାଉଡର ହଟାଇ ଦେଇଥିଲେ ବୋଲି ନିଲାମ ଗୃହର ବିଶେଷଜ୍ଞ ଜିନ୍-ପାଇରି ଓସେନାଣ୍ଟ୍ କହିଛନ୍ତି । ଏହା ପରେ ନେପୋଲିଅନ୍ ବିଷ ଖାଇଥିଲେ କିନ୍ତୁ ବାନ୍ତି କରିବା ପରେ ବଞ୍ଚିଗଲେ । ଏହି ଘଟଣା ପରେ ଦୁଇ ପିସ୍ତଲକୁ ସେ ମୁଖ୍ୟ ଅନୁଚରଙ୍କୁ ଦେଇ ନିଷ୍ଠାପରତା ଲାଗି ତାଙ୍କୁ ଧନ୍ୟବାଦ ଦେଇଥିଲେ । ତେଣୁ ପିସ୍ତଲ ଦୁଇଟି ଜାତୀୟ ସମ୍ପତ୍ତି ରୂପେ ଦେଶରେ ରହୁ ବୋଲି ସରକାର ଜୋର ଦେଇଛନ୍ତି ।
ନେପୋଲିଅନ୍ ଦିନେ ଏହି ପିସ୍ତଲରେ ନିଜକୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ । ଗତ ରବିବାର ନିଲାମ ପୁର୍ବରୁ ଫ୍ରାନ୍ସ ସଂସ୍କୃତି ମନ୍ତ୍ରାଳୟର ଜାତୀୟ ସମ୍ପତ୍ତି କମିଶନ ପିସ୍ତଲକୁ ଜାତୀୟ ସମ୍ପତ୍ତି ରୂପେ ବର୍ଗୀକୃତ କରିଥିଲା । ସରକାରଙ୍କ ଔପଚାରିକ ପତ୍ରିକାରେ ପ୍ରକାଶିତ ଏକ ନିଷ୍ପତ୍ତି ଜରିଆରେ ଏହାର ରପ୍ତାନି ଉପରେ କଟକଣା ଲାଗୁ ହୋଇଥିଲା । ପିସ୍ତଲର ରପ୍ତାନି କଟକଣା ପ୍ରମାଣପତ୍ରରେ ୩୦ ମାସର ଅବଧିରେ ସରକାର କ୍ରେତାଙ୍କୁ ପିସ୍ତଲ କିଣିବା ଅଫର୍ ଦେଇପାରିବେ । ତେବେ ଏହାକୁ ପ୍ରତ୍ୟାଖ୍ୟାନ କରିବାର ଅଧିକାର ମଧ୍ୟ କ୍ରେତାଙ୍କର ଅଛି । ସରକାରଙ୍କ ନିଷ୍ପତ୍ତି ଅନୁସାରେ, ଜାତୀୟ ସମ୍ପତ୍ତି ରୂପେ ଯୋଗ୍ୟ ବିବେଚିତ କୌଣସି ସାଂସ୍କୃତିକ ସମ୍ପତ୍ତି ଫେରିବାର ପ୍ରତିଶ୍ରୁତି ସହିତ ଅସ୍ଥାୟୀ ରୂପେ ଫ୍ରାନ୍ସ ବାହାରକୁ ଯାଇପାରେ ।
Powered by Froala Editor