କରୋନାରେ ଆକ୍ରାନ୍ତ ଅକ୍ଷୟ
ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ରିପୋର୍ଟ ପଜିଟିଭ ଆସିବାରୁ ସେ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତଙ୍କ ବାହାଘର ପାର୍ଟିରେ ଯୋଗ ଦେଇ ପାରି ନାହାନ୍ତି।
ସୂଚନାଯୋଗ୍ୟ, ଅକ୍ଷୟ କୁମାର ଗତ ଦୁଇଦିନ ହେବ ଅସୁସ୍ଥତା ଅନୁଭବ କରୁଥିଲେ। ଦୁର୍ବଳ ଲାଗୁଥିବାରୁ ବିଛଣାରୁ ଉଠି ପାରୁ ନଥିଲେ। ତେଣୁ ସେ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଯାଇଥିଲେ। ସେଠାରେ ତାଙ୍କର କିଛି ପରୀକ୍ଷା କରାଯାଇଥିଲା। ଏହି ପରୀକ୍ଷା ରିପୋର୍ଟରେ ଅକ୍ଷୟ କରୋନା ପଜିଟିଭି ଥିବା ଜଣାପଡ଼ିଥିଲା। ଏହାପରେ ସେ ନିଜକୁ ଆଇସୋଲେଟରେ ରଖିଛନ୍ତି।
ଅକ୍ଷୟ କୁମାର ବର୍ତ୍ତମାନ ନିଜର ଫିଲ୍ମ ସରଫିରାର ପ୍ରମୋସନରେ ବ୍ୟସ୍ତ ରହିଥିଲେ। ଏହି ସମୟରେ ତାଙ୍କର ବିଭିନ୍ନ ପ୍ରକାରର କରୋନା ଲକ୍ଷଣ ସବୁ ଦେଖା ଯାଇଥିଲା। ଏଥିଯୋଗୁ ସେ ନିଜର ଟେଷ୍ଟ କରାଇଥିଲେ। ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବାରୁ ସେ ନିଜ ଫିଲ୍ମର ପ୍ରମୋସନ ମଧ୍ୟ ବନ୍ଦ କରିଦେଇଛନ୍ତି। ଅକ୍ଷୟ କୁମାରଙ୍କ ସହ ତାଙ୍କ ପ୍ରମୋସନ ଟିମର ଏକାଧିକ ସଦସ୍ୟ କରୋନା ଭାଇରାସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।
ଅକ୍ଷୟ କୁମାର ତୃତୀୟ ଥର ପାଇଁ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଅକ୍ଷୟ କୁମାର ଏହା ପୂର୍ବ ୨୦୨୧ ଏପ୍ରିଲ ଓ ୨୦୨୨ ମେ’ ମାସରେ କରୋନା ଭାଇରସରେ ସଂକ୍ରମିତ ହୋଇଥିଲା। ଅକ୍ଷୟ କୁମାରଙ୍କ ଭଳି ଜଣେ ଫିଟ ଲୋକ ସଂକ୍ରମିତ ହେବା ସମସ୍ତଙ୍କୁ ଚିକିତ କରିଛି।
Powered by Froala Editor