ଗଛରେ ରଶି ଲଗାଇ ଝୁଲି ପଡିଲେ ଯବାନ
ଭୁବନେଶ୍ୱର: ଭୁବନେଶ୍ୱର ସପ୍ତମ ବାଟାଲିୟନରୁ ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତକ ସପ୍ତମ ବାଟାଲିୟନର ଯବାନ ଦୁର୍ୟ୍ୟୋଧନ ମହାନ୍ତି ଗଛରେ ରଶି ଲଗାଇ ଦୁର୍ୟ୍ୟୋଧନ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଦୁର୍ୟ୍ୟୋଧନ ୨୦୦୨ ବ୍ୟାଚର ଯବାନ ଥିଲେ । କାହିଁକି ଓ କେଉଁ ପରିସ୍ଥିତିରେ ସେ ଏପରି ଚରମ ନିଷ୍ପତ୍ତି ନେଲେ ସେନେଇ ପୋଲିସ ତଦନ୍ତ କରୁଛି । ପାରିବାରିକ କନ୍ଦଳ ଓ କିଛି ବକେୟା ଟଙ୍କା ପାଇଁ ଦୁର୍ୟ୍ୟୋଧନ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ମୈତ୍ରୀବିହାର ଥାନା ପୋଲିସ ପହଞ୍ଚି ପଚରାଉଚରା କରିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ଅସଲ କାରଣ ଜଣାପଡ଼ିବ ।
Powered by Froala Editor