ବାପାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁଅ
ବରଗଡ଼ : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ଥାନା ଅନ୍ତର୍ଗତ ଡୁଙ୍ଗୁରିପାଲି ଗାଁରେ ବାପାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁଅ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଧନଞ୍ଜୟ ଅଜଗର। ହତ୍ୟାକାଣ୍ଡ ପରେ ପୁଅ ବିଦ୍ୟାଧର ଅଜଗର ଫେରାର ହୋଇଯାଇଛି।
ଧନଞ୍ଜୟ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ କଳି ଝଗଡ଼ା ଲାଗି ରହୁଥିଲା। ମା’ର ଦୁଃଖ ସହି ନ ପାରି ବଡ଼ ପୁଅ ବିଦ୍ୟାଧର ତାଙ୍କୁ ମାମୁ ଘରକୁ ପଠାଇ ଦେଇଥିଲେ। ଗତକାଲି ଧନଞ୍ଜୟ ନିଶାସକ୍ତ ଅବସ୍ଥାରେ ଆସି କାହିଁକି ମୋ ସ୍ତ୍ରୀକୁ ପଠାଇଲୁ କହି ବାପପୁଅଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ପୁଅ ବିଦ୍ୟାଧର ଉତ୍କ୍ଷିପ୍ତ ହୋଇ ଏକ ଟାଙ୍ଗିଆ ଆଣି ବାପାକୁ ହାଣି ଦେଇଥିଲା।ଗ୍ରାମବାସୀ ଧନଞ୍ଜୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଗାଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ଧନଞ୍ଜୟଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ଧନଞ୍ଜୟଙ୍କର ମୃତ୍ୟୁ ଘଟିଛି। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।
Powered by Froala Editor